ଭୁବନେଶ୍ୱର : ସାରା ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମ ହେଉଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ଡାକ୍ତର ମହାନ୍ତି କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା ରହିଛି। ସଂକ୍ରମଣ ରୋକିବାକୁ ଏବେ ଲକଡାଉନ ଓ ଅନଲକ୍ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି। ସେ କହିଛନ୍ତି ଯେ ଏହାକୁ ନେଇ ଲୋକ ମାନେ ସଚେତନ ହେବାର ଆବଶ୍ୟକତା ରହିଛି।
ସଂକ୍ରମିତଙ୍କ ସଂଖ୍ୟା ଆଗକୁ କମିବ ବୋଲି ଆଶା ରହିଛି ସତ, ହେଲେ ତାହା କେବଳ ଲୋକଙ୍କ ବ୍ୟବହାର ପରେ ନିର୍ଭର କରେ। ଲୋକ ସଚେତନ ରହିବା ଆବଶ୍ୟକ। ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ। ଭାଇରସର ବହୁତ ମ୍ୟୁଟାଂଟ ରହିଛି। ସେଥିରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ ବୋଲି ଡାକ୍ତର ମହାନ୍ତି କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ କମୁଛି : ଡିଏମଇଟି
Popular Categories



