www.samajalive.in
Saturday, December 6, 2025
26.1 C
Bhubaneswar

ଆଉ ୩୭୪୮ ପଜିଟିଭ୍ ଚିହ୍ନଟ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ଏହି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୫୩୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୋଳରୁ ୫୭, ବାଲେଶ୍ବରରୁ ୧୦୩, ବରଗଡ଼ରୁ ୯୨,  ଭଦ୍ରକରୁ ୪୬ ଏବଂ ବଲାଙ୍ଗୀରରୁ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।‌

- Advertisement -

ସେହିପରି ବୌଦ୍ଧରୁ ୫୮, କଟକରୁ ୩୯୨, ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୬୫, ଗଜପତିରୁ ୩୩, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୯୪, ଯାଜପୁରରୁ ୧୪୦, ଝାସୁଗୁଡାରୁ ୭୦, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୮୫, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୬୧୫, କୋରାପୁଟରୁ ୯୭ ଓ ମାଲକାନଗିରିରୁ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧୨୧, ନୟାଗଡ଼ରୁ ୬୯, ନୂଆପଡାରୁ ୧୦୭, ପୁରୀରୁ ୩୮୭, ରାୟଗଡାରୁ ୮୨, ସମ୍ବଲପୁରରୁ ୭୯, ସୁବର୍ଣ୍ଣପୁରରୁ ୧୨୪, ସୁନ୍ଦରଗଡ଼ରୁ ୧୫୭ ଏବଂ ଷ୍ଟେଟ ପୁଲରୁ ୧୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି। ତେବେ ଗତକାଲି ୨୭୮୭ଜଣ ଆରୋଗ୍ୟ ଲାଭ କରିବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୧୮୫କୁ ବୃଦ୍ଧି ପାଇଛି। ୩୨ ହଜାର ୩୧୨ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଦିନକରେ ୪୧ ହଜାର ୫୯୫ କୋଭିଡ଼ ନମୁନା ପରୀକ୍ଷା କରାଯିବା ସହ ମୋଟ୍  ୨୨,୨୬,୪୩୬ ନମୁନା ପରୀକ୍ଷା କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories