www.samajalive.in
Tuesday, November 18, 2025
27.1 C
Bhubaneswar

ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ–୧୯ ହସ୍ପିଟାଲ ନିର୍ମାଣକୁ ବିରୋଧ

ସମ୍ବଲପୁର : କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶକୁ ଲକ୍ ଡାଉନ୍ କରାଯାଇଛି। ଏହା ସହିତ କରୋନା ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ–୧୯ ହସ୍ପିଟାଲ ସମସ୍ତ ଜିଲାରେ ନିର୍ମାଣ କରୁଛନ୍ତି। ଓଡିଶାରେ କିଛି ଜିଲାରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ବାକିତକ ଜିଲାରେ କାର୍ଯ୍ୟକ୍ଷମ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଏହି କ୍ରମରେ ସମ୍ବଲପୁର ଜିଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ରୋଗୀ ସେବାକୁ ବନ୍ଦ କରାଯାଇ ତାକୁ କୋଭିଡ – ୧୯ ହସ୍ପିଟାଲରେ ପରିବର୍ତ୍ତିତ କରାଯାଉଛି। ତେବେ ଏହି ଡାକ୍ତରଖାନାଟି ସହର ତଥା ଜିଲାର ଅନ୍ୟତମ ପ୍ରମୁଖ ଡାକ୍ତରଖାନା ଅଟେ। ଏଣୁ ସାଧାରଣ ରୋଗୀ ସେବାକୁ ବନ୍ଦ କରାଯାଇ କୋଭିଡ ହସ୍ପିଟାଲ ନିର୍ମାଣକୁ ସହରବାସୀ ବିରୋଧ କରୁଛନ୍ତି। ପ୍ରତ୍ୟହ ହଜାରେରୁ ଉର୍ଦ୍ଧ୍ବ ରୋଗୀ ବିଭିନ୍ନ ପ୍ରକାରର ଛୋଟରୁ ବଡ ରୋଗବ୍ୟାଧିର ଚିକିତ୍ସା ପାଇଁ ଆସିଥାନ୍ତି। ସହରର ମଧ୍ୟସ୍ଥଳରେ ଅବସ୍ଥିତ ଓ ଗମନାଗମନର ସୁବିଧା ଦୃଷ୍ଟିରୁ ଏହି ଡାକ୍ତରଖାନା ଉପରେ ଜିଲା ତଥା ଜିଲା ବାହାରର ରୋଗୀ ମଧ୍ୟ ନିର୍ଭରଶୀଳ। ଏହି ଡାକ୍ତରଖାନାରେ ଆବଶ୍ୟକ ଭିତ୍ତି ଭୂମି ଯଥା ଡାକ୍ତର, ନର୍ସ, କ୍ୟାବିନ, ବେଡ, ଟେଷ୍ଟର ସୁବିଧା ଆଦି ରହିଛି। ବୁର୍ଲା ଭିମସାର ଠାରେ ପ୍ରାୟତଃ ଭିଡ ରହୁଥିବାରୁ ଆବଶ୍ୟକ ଭିତ୍ତିଭୂମି ଥିବା ଏହି ଡାକ୍ତରଖାନାକୁ ଲୋକେ ପ୍ରାଥମିକତା ଦେଇଥାନ୍ତି। ଆବଶ୍ୟକସ୍ଥଳରେ ରୋଗୀକୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର ସୁବିଧା ସବୁବେଳେ ଉପଲବ୍ଧ ଅଟେ। କିନ୍ତୁ ଏଠାରେ କୋଭିଡ ହସ୍ପିଟାଲ କରାଯିବା ଦ୍ୱାରା ଜନତା ସେମାନଙ୍କର ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ନାହିଁ। ସେମାନେ ବାଧ୍ୟ ହୋଇ ଆଖପାଖ ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବା ପାଇଁ ଯିବେ, ଯେଉଁ ଠାରେ କି ଭିତ୍ତିଭୂମିର ଘୋର ଅଭାବ ରହିଛି। ଏହା ସହିତ ସ୍ଥାନାଭାବ ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ମଧ୍ୟ ସମ୍ଭବପର ନୁହେଁ।

ଏହି ଡାକ୍ତରଖାନାକୁ ଲାଗିକି ଘଞ୍ଚ ଜନବସତି ରହିଛି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କୋଭିଡ ହସ୍ପିଟାଲ ନିର୍ମାଣ ଜନବସତି ଅଞ୍ଚଳରୁ ଦୂରରେ କରିବା ପାଇଁ ସରକାରୀ ଗାଇଡଲାଇନ ଅଛି। ସମ୍ବଲପୁର ଠାରେ କୋଭିଡ ହସ୍ପିଟାଲ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ବହୁ ବିକଳ୍ପ ସ୍ଥାନ ରହିଛି। ଏହି ଚିକିତ୍ସାଳୟର ଚର୍ତୁଃପାର୍ଶ୍ବରେ ଘଞ୍ଚ ଜନବସତି ରହିଥିବାରୁ କୋଭିଡ ହସ୍ପିଟାଲ କରାଗଲେ, ସାମାଜିକ ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି। ଏଣୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଉଛି। ମିଶନ ଭିଏସଏସ ଆଏମସାର, ସମ୍ବଲପୁର ପକ୍ଷରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ୧୪ ତାରିଖରେ ଦାଖଲ କରାଯାଇଛି। ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଓ ଜଷ୍ଟିସ ସଞ୍ଜୁ ପଣ୍ଡା ଙ୍କ ଖଣ୍ଡପୀଠ ଦ୍ୱାରା ଏହି ମାମଲାକୁ ଗ୍ରହଣ କରାଯିବା ପରେ ଏହାର ପ୍ରଥମ ଶୁଣାଣି ବୁଧବାର (୧୫ ତାରିଖ)ରେ କରାଯାଇଛି। ମାନ୍ୟବର ହାଇକୋର୍ଟ ସମସ୍ତ ଦଲିଲକୁ ଶୁଣିବା ପରେ ସରକାରଙ୍କ ଏ ସର୍ମ୍ପକରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଆଗାମୀ ମେ ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପଟରେ ଏହି କୋଭିଡ ହସ୍ପିଟାଲ ଜନବସତି ମଧ୍ୟରେ ନିର୍ମାଣକୁ ନେଇ ସମ୍ବଲପୁର ନାଗରିକ କଲ୍ୟାଣ ସମିତିର ସଭାପତି ମହେନ୍ଦ୍ର ମିଶ୍ର କହିଛନ୍ତି ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ହସ୍ପିଟାଲ ନିର୍ମାଣ ଦ୍ୱାରା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ଅନୁରୋଧ କରିବା ସହିତ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସମ୍ବଲପୁର ଠାରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଏଣୁ ଏ ନେଇ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ୭ ତାରିଖରେ କରାଯାଇଛି। ଏହା ସହିତ ସାଧାରଣ ରୋଗୀ ସେବା ମଧ୍ୟ ଗୁରତର ପ୍ରଭାଭିତ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନ ଯାଇ ସମ୍ବଲପୁର ପ୍ରତି ବୈମାତୃକ ଭାବ ପୋଷଣ କରାଯାଉଥିବାରୁ ଏହାକୁ ସମିତି ତରଫରୁ ଦୃଢ଼ ବିରୋଧ କରୁଛୁ। ତେବେ ବୁଧବାର ସମ୍ବଲପୁରର କୋଭିଡ ହସ୍ପିଟାଲ ଉଦଘାଟନର କାର୍ଯ୍ୟକ୍ରମ ରହିଥିବା ବେଳେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବାରୁ ଉନ୍ନୟନ ସଚିବ ଓ ୫ଟି ସଚିବ କେବଳ ହସ୍ପିଟାଲକୁ ଅନୁଧ୍ୟାନ କରି ଫେରି ଯାଇଥିବାର ଶୁଣାଯାଉଛି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories