www.samajalive.in
Tuesday, December 9, 2025
26.1 C
Bhubaneswar

ମୁମ୍ବାଇ ଘଟଣା: ଟ୍ରେନ୍ ଚାଲିବା ଗୁଜବ ପ୍ରଚାର କରି ସାମ୍ବାଦିକ ଗିରଫ

ମୁମ୍ବାଇ: ଗତକାଲି ବାନ୍ଦ୍ରା ​‌ଷ୍ଟେସନରେ ଘଟିଥିବା ଘଟଣା ନିମନ୍ତେ ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ ସାମ୍ବାଦିକ ରାହୁଲ କୁଲକର୍ଣିଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ତାଙ୍କୁ ମରାଠୱାଡ଼ା ଅଞ୍ଚଳର ଓସମାନାବାଦ ଥାନାରେ ଅଟକ ରଖା ଯାଇଛି । ରାହୁଲ ଶ୍ରମିକମାନଙ୍କ ଫେରିବା ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଚାଲିବା ସଂକ୍ରାନ୍ତ ରିପୋର୍ଟ ଦେଇଥିଲେ । ଯାହାଫଳରେ ଗାଁ ଫେରିବାକୁ ଷ୍ଟେସନରେ ହଜାର ହଜାର ଶ୍ରମିକ ଭିଡ଼ ଜମାଇଥିଲେ। ଶେଷରେ ପୁଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ଓ ଲାଠି ମାଡ଼ର ଶିକାର ହୋଇଥିଲେ ଗାଁ ମୁହଁା ଶ୍ରମିକ ।
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସୂଚନା ଅନୁସାରେ ରାହୁଳ କୁଲକର୍ଣିଙ୍କ ସ୍ବତନ୍ତ୍ର ଟ୍ରେନ୍ ଚାଲିବା ଖବର ପ୍ରକାଶ ପରେ ଟ୍ରେନ୍ ଚାଲିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଦିନକ ତଳେ ମହାରାଷ୍ଟ୍ର ସରକାରଙ୍କ ଅନ୍ୟତମ ମନ୍ତ୍ରୀ ନୱାବ ମଲ୍ଲିକ ଏହି ନ୍ୟୁଜ୍ କ୍ଲିପକୁ ସେୟାର କରିଥିଲେ।
ଅନ୍ୟପକ୍ଷରେ ରାହୁଳ କୁଲକର୍ଣ୍ଣି କହିଛନ୍ତି ଯେ ଲକ୍ଡ଼ାଉନ ଯୋଗୁଁ ଅଟକି ରହିଥିବା ଲୋକଙ୍କୁ ସେମାନଙ୍କ ଘରକୁ ଫେରିଯିବା ନିମନ୍ତେ ଜନସାଧାରଣ ସ୍ବତନ୍ତ୍ର ଟ୍ରେନ୍ ଚାଲିବ ବୋଲି ଜଣେ ପୁଲିସ ଅଧିକାରୀ ତାଙ୍କୁ କହିଥିଲେ ।
ଏବେ କୁଲକର୍ଣିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ୧୮୮, ୨୬୯, ୨୭୦ ଓ ୧୧୭ ଧାରାରେ ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଶତାଧିକ ଶ୍ରମିକ ବାନ୍ଦ୍ରା ଷ୍ଟେସନରେ ଭିଡ଼ ଜମାଇଥିଲେ । ସେମାନଙ୍କ ଘରକୁ ଫେରିଯିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାକୁ ପୁଲିସ ନାକେଦମ୍ ହୋଇଥିଲା ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories