www.samajalive.in
Sunday, December 14, 2025
26.1 C
Bhubaneswar

ଦୀପାବଳି ପୂର୍ବରୁ କୋଭିଡ କଟକଣା ଚୁଲିକି ଗଲା; ଦିଲ୍ଲୀ, ଚେନ୍ନଇ ବଜାରରେ ଅସମ୍ଭବ ଭିଡ

ନୂଆଦିଲ୍ଲୀ: କେନ୍ଦ୍ରଠାରୁ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କୋଭିଡ ମହାମାରୀକୁ ନେଇ ଚିନ୍ତିତ, ବ୍ୟସ୍ତ ବିବ୍ରତ । ଦେଶରେ କୋଭିଡ-୧୯ କଟକଣାକୁ ଜନସାଧାରଣ ଯେଭଳି ପାଳନ କରିବେ ସେହି ପ୍ରଚାର ବାବଦରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତାହାସହିତ କୋଭିଡରୁ ସୁରକ୍ଷା ଦେବାକୁ ଜନସାଧାରଣଙ୍କ ଟିକାକରଣ ପ୍ରୟାସକୁ ସବୁସ୍ତରରେ ବ୍ୟାପକ କରାଯାଉଛି । କୋଭିଡର ଦ୍ୱିତୀୟ ଲହର ପ୍ରଭାବ କେତେକାଂଶରେ ହ୍ରାସ ପାଇଥିବାବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ଜାରି କଟକଣାକୁ କୋହଳ କରାଯାଇଛି । ତେବେ ପାର୍ବଣ ସମୟରେ ବଜାର ଘାଟରେ ଭିଡ ନକରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ନିବେଦନ କରୁଛନ୍ତି । କିନ୍ତୁ ସେକଥା ଶୁଣିବାକୁ କେହିନାହିଁ । ଦୀପାବଳି ପୂର୍ବରୁ ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ଭୋପାଳ, ତାମିଲନାଡୁର ଚେନ୍ନଇ ଆଦି ସହରରେ ରବିବାର ଯେଉଁଭଳି ଭାବରେ ଭିଡ ହୋଇଥିଲା, ତାହା ଦେଖିଲେ ଜନସାଧାରଣ କିଭଳି ବେପରୁଆ ହୋଇଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡୁଥିଲା । ଦେହରେ ଦେହ ଘଷିହୋଇ ବଜାରରେ ଲୋକମାନେ ଦୀପାବଳି ପାଇଁ କିଣାକିଣି କରୁଥିଲେ । ସାମାଜିକ ଦୂରତା ତ ଦୂରର କଥା, ସଂଖ୍ୟାଧିକ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା । ଦିଲ୍ଲୀର ସଦର ବଜାର, ଚାନ୍ଦନି ଚୌକ, ଲଜପତ ନଗର, ଲାଲ କ୍ୱାର୍ଟର କୃଷ୍ଣ ନଗର, କରୋଲ ବାଗ, କମଳା ନଗର, ରାଜୌରୀ ଗାର୍ଡେନ ଏବଂ ତିଲକ ନଗର ଆଦି ବଜାରରେ ରବିବାର ଅସମ୍ଭବ ଭିଡ ଲାଗିଥିଲା । କହିବାକୁ ଗଲେ ବଜାରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଦିଲ୍ଲୀ ସଦର ବଜାର ମାର୍କେଟ ଆସୋସିଏସନ ସଭାପତି ଦେବରାଜ ବାୱେଜା କହିଛନ୍ତି । ଦୀପାବଳି ପୂର୍ବରୁ ରବିବାର ବିପୁଳ ସଂଖ୍ୟକ ଲୋକ ବଜାରକୁ ଆସିବା ଆଶା କରାଯାଉଥିବାବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟାପକ ବନ୍ଦୋବସ୍ତ କରାଯାଇନଥିବା ସେ କହିଛନ୍ତି । ଏପରିକି କାହା ମୁହଁରେ ମାସ୍କ ନଥିବା ସେ କହିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories