www.samajalive.in
Thursday, December 11, 2025
14.1 C
Bhubaneswar

ମୁରିବାହାଲ ବ୍ଲକରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ମୁରିବାହାଲ : ମୁରିବାହାଲ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ସୋମବାର ଦିନ ୧୧ଟା ସୁଦ୍ଧା ୭୦୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ପ୍ରବାସୀ ଶ୍ରମିକମାନଙ୍କୁ ଯାହାର ସାତ ଦିନରୁ ଅଧିକ ହୋଇଛି। ସେମାନଙ୍କର ବିନା ସ୍ୱାବ ପରୀକ୍ଷଣରେ ସଂଗରୋଧ କେନ୍ଦ୍ରରୁ ଛାଡିଦେବାକୁ ନେଇ ମୁରିବାହାଲ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାତ ଦିନ ହୋମ କ୍ବରାନ୍‌ଣ୍ଟାଇନ୍ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସମସ୍ତେ ଏହି ନିୟମ ଠିକ ଭାବେ ପାଲନ କରୁନଥିବା ଅଭିଯୋଗ ହେଉଛି। ଯଦି ଏଭଲି ବିନା ପରିକ୍ଷଣରେ ଛାଡିବାର ନିୟମ କରାଯାଇଥିବା ଯୋଗୁଁ ପରେ ଯଦି ଲକ୍ଷଣ ଦେଖାଯାଏ ଏବଂ ପରୀକ୍ଷା ପରେ ସଂକ୍ରମଣ ଜଣାପଡେ ତାହେଲେ ମୁରିବାହାଲ ବ୍ଲକ ଅଂଚଳରେ ଗୋଷ୍ଠି ସଂକ୍ରମଣକୁ ଏଡାଇ ଦିଆଯାଇନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବ୍ଲକର ବିଭିନ୍ନ ପଂଚାୟତ ସଂଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକଙ୍କ ବିନା ସ୍ୱାବ ପରିକ୍ଷଣରେ ଛାଡି ଦିଆଯାଇଥିବା ଓ ସେମାନଙ୍କୁ ହୋମ କରେନଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଅଧିକାଂଶ ଏହି ନିୟମକୁ ମାନୁ ନ ଥିବା ଅଂଚଳରୁ ଅଭିଯୋଗ ହେଉଛି। ମୁରିବାହାଲ ବ୍ଲକରେ ଏକ ମାତ୍ର ପଜିଟିଭ ବାହାରି ଥିବା ପତ୍ରାପାଲି ପଂଚାୟତ ଦେବଙ୍ଗ ସଂଗରୋଧ କେନ୍ଦ୍ରର ଅନ୍ୟ  ୧୬ଜଣଙ୍କ ସ୍ୱାବ ଟେଷ୍ଟ ରିର୍ପୋଟ ଆଜି ସଂଗ୍ରହ କରିଥିବା ଜଣାଯାଇଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories