www.samajalive.in
Saturday, December 6, 2025
19.1 C
Bhubaneswar

ଘରପୋଡି ମାମଲା: ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ବାସୁଦେବପୁର: ଏକ ଘରପୋଡି ମାମଲାର ବିଚାର କରି ଅଦାଲତ ଅଭିଯୁକ୍ତ ଇରମ ଗ୍ରାମର ଯଦୁ ବେହେରାକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୨୩ ଡିସେମ୍ବର ୧୩ ରାତିରେ ଇରମ ରଥପଦାରେ ପଦ୍ମନାଭ ଦାଶଙ୍କ ଭଡା ସୁତ୍ରରେ ଲାଗିଥିବା ୧୮ଟି ଦୋକାନ ଘରେ ଅଭିଯୁକ୍ତ ଜଣକ ନିଆଁ ଲଗାଇଦେଇଥିଲେ। ଫଳରେ ୧୫ଟି ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା।

ରାମଚନ୍ଦ୍ର ବେହେରା ନାମକ ଜଣେ ଦୋକାନୀ କ୍ଷତାକ୍ତ ହୋଇ ବାସୁଦେବପୁର ଡାକ୍ତରଖନାରେ ଚିକିତ୍ସିତ ହୋଇଥିଲେ । ଏହି ଘଟଣାକୁ ନେଇ ଘର ମାଲିକଙ୍କ ପୁଅ  କ୍ଷୀରୋଦ ଦାଶ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଶେଷରେ  ଅଭିଯୁକ୍ତ ଯଦୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସହକାରୀ ଦୌରାଜଜ ଗୁରୁଚରଣ ଜେନାମଣି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କମଳାକାନ୍ତ ମହାପାତ୍ର ଓ ଯୁବ ଆଇନଜୀବୀ ନୀରଦକୁମାର ଦାଶ ମାମଲା ପରିଚାଳନା କରିଥିଲେ । ସେହିପରି ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଲକ୍ଷ୍ମୀବ୍ରତ ମଲ୍ଲିକ ମାମଲା ପରିଚାଳନା କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories