www.samajalive.in
Thursday, December 11, 2025
13.1 C
Bhubaneswar

ଉପକୂଳ ରାଜପଥକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ: ସଞ୍ଜୟଙ୍କ ଅଭିଯୋଗର ଉତ୍ତର ରଖିଲେ ଗୋଲୋକ

ଭୁବନେଶ୍ୱର: ଉପକୂଳ ରାଜପଥକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡ଼ି । ଉପକୂଳ ରାଜପଥର ନକ୍ସାକୁ କେନ୍ଦ୍ର ସରକାର ପରିବର୍ତନ କରି ଏଥିରୁ ୧୭୭ କିଲୋମିଟର କମାଇ ଦେଇଥିବା ବିଜେଡ଼ି ଅଭିଯୋଗ କରିଥିବାବେଳେ ଏହାର ଉତ୍ତର ରଖିଛି ରାଜ୍ୟ ବିଜେପି । ଏପରିକି ଉପକୂଳ ରାଜପଥ ପ୍ରକଳ୍ପ ସଂପର୍କରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିରାଧାର ଏବଂ ଏ ସମ୍ପର୍କରେ ଖୋଲା ବିତର୍କ ପାଇଁ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର ।  ସେ କହିଛନ୍ତି  ଏହି ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍‍ ପ୍ରୋଜେକ୍ଟ। ମାତ୍ର ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଏ ସମ୍ପର୍କରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଓ ଗଣମାଧ୍ୟମକୁ ଏକପାଖିଆ ମନ୍ତବ୍ୟ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲୋକ କହିଛନ୍ତି ଯେ  ଗଣମାଧ୍ୟମରେ ତଥ୍ୟ ରଖିବା ପୂର୍ବରୁ ସଞ୍ଜୟ ଦାସ ବର୍ମା ପ୍ରଥମେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ବିଷୟରେ ସବିଶେଷ ତଥ୍ୟ ଜାଣିବାର ଆବଶ୍ୟକତା ରହିଛି।

- Advertisement -

ଗତ ଦୁଇ ଦିନ ପୂର୍ବରୁ ତଥା ୨୭ ଜାନୁଆରୀରେ ଶ୍ରୀ ବର୍ମା କୋଷ୍ଟାଲ ହାଇୱେର ଆଲାଇନମେଂଟ୍‍ ପରିବର୍ତନ ବିଷୟରେ  ଦୁଇଟି ବିବରଣୀ ରଖିଥିଲେ। ପ୍ରଥମ ବିବରଣୀରେ ସେ କହିଥିଲେ ଯେ, ପୂର୍ବରୁ ଅନୁମୋଦିତ ହୋଇଥିବା ୪୪୦ କିମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର କୋଷ୍ଟାଲ ହାଇୱେକୁ ୧୭୭ କିଲୋମିଟରକୁ କମାଇ ଦିଆଯାଇଛି। ସେହିପରି ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ନାମରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ସାତପଡ଼ାରୁ ପୁରୀ ଆଲାଇନମେଂଟ୍‍ ବଦଳରେ ଟାଙ୍ଗୀରୁ ବିଜିପୁର(ପୁରୀ ଓ ବ୍ରହ୍ମଗିରି) ମଧ୍ୟରେ ଆଲାଇନମେଂଟ୍‍କୁ ପରିବର୍ତନ କରାଯାଇଥିବା ଅଭିଯୋଗ କରିଥିଲେ ।

ଏ ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ   ଶ୍ରୀ ଦାସବର୍ମାଙ୍କର ଉପକୂଳ ରାଜପଥ ସମ୍ପର୍କରେ କୌଣସି ସ୍ପଷ୍ଟ ଧାରଣା ନାହିଁ । ସେ କେବଳ ଉପକୂଳ ରାଜପଥର ଏକପାଖିଆ ଯଥା ୧୭୭ କିମି ୧୪୯ ମିଟର ଲମ୍ବ ଟାଙ୍ଗୀରୁ ରତନପୁର ଭାୟା ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ – ଅସ୍ତରଙ୍ଗ – ନାଉଗାଁ – ପାରାଦୀପ ବନ୍ଦର – ରତନପୁର ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।  ଯାହାକୁ ଗତ ନଭେମ୍ବର ୧୦, ୨୦୨୦ରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଦ୍ୱାରା ଟର୍ମସ ଅଫ୍‍ ରେଫରେନ୍ସ (ଟିଓଆର)କୁ ଅନୁମୋଦନ ଦିଆଯାଇଥିଲା। ମାତ୍ର  ପ୍ରକଳ୍ପର ଦ୍ୱିତୀୟ ଭାଗକୁ ସେ ହିସାବ କରୁନାହାନ୍ତି। ଗତ ଡ଼ିସେମ୍ବର ୧୫, ୨୦୨୦ରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ୱାରା ଧାମରା, ବାସୁଦେବପୁର ବ୍ୟତିତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା ପାଇଁ ଅନୁମୋଦନ ଦିଆଯାଇସାରିଛି। ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଏନଏଚଏଆଇ ଦ୍ୱାରା ଜାମ୍ମୁଝାଡ଼ି – ଧାମରା ବନ୍ଦର ସଂଯୋଗସ୍ଥାପନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର ପ୍ରକଳ୍ପକୁ ବର୍ତମାନ ୩୮୨.୮୪୯ କିମି ଲମ୍ବର କୋଷ୍ଟାଲ ହାଇୱେ ପାଇଁ ଅନୁମୋଦନ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ସଞ୍ଜୟ ଦାସ ବର୍ମା  ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ନାମରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ସାତପଡ଼ାରୁ ପୁରୀ ଆଲାଇନମେଂଟ୍‍ ବଦଳରେ ଟାଙ୍ଗୀରୁ ବିଜିପୁର(ପୁରୀ ଓ ବ୍ରହ୍ମଗିରି) ମଧ୍ୟରେ ଆଲାଇନମେଂଟ୍‍କୁ ପରିବର୍ତନ କରାଯାଇଥିବା ଅଭିଯୋଗକୁ ମଧ୍ୟ ବିଜେପି ଖଣ୍ଡନ କରିଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ ଉପକୂଳ ରାଜପଥ ଚିଲିକାର ନିକଟବର୍ତୀ ହୋଇଥିବାରୁ ଏହା ମୁଖ୍ୟ ରାସ୍ତା ସହ ସଂଯୋଗ କରିବ । ଯାହା ଅଧିକ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିବ ।  ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଟାଙ୍ଗୀରୁ ବିଜିପୁର(ବ୍ରହ୍ମଗିରି ଓ ପୁରୀ ମଧ୍ୟରେ) ଅଧିକ ୩୫ କିମି ଲମ୍ବ ରଖିବା ପାଇଁ ନିଷ୍ପତି ନେଇଥିଲେ। ମାତ୍ର ଗତ ନଭେମ୍ବର ୧୫,୨୦୧୯ରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ୩୦ କିମି ଲମ୍ବ ସାତପଡ଼ାରୁ ବିଜିପୁରକୁ ବାଦ୍‍ ଦିଆଯାଇଥିଲା। ଅନ୍ୟପକ୍ଷରେ  ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ ଅସ୍ତରଙ୍ଗ-ନାଉଗାଁ– ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ନିରନ୍ତରତା ରଖିବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ରାଜ୍ୟ ବିଜେପି ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories