www.samajalive.in
Saturday, December 6, 2025
23.1 C
Bhubaneswar

ଜଣେ ସ୍ଵେଚ୍ଛାସେବୀ ଅସୁସ୍ଥ: ଅଟକିଲା ଜନସନ ଏଣ୍ଡ ଜନସନର କରୋନା ଟୀକା ପରୀକ୍ଷା

ବିଶ୍ଵର  ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ କରୋନା ଭାଇରସ୍ ଟୀକା ଉତ୍ପାଦନ ପାଇଁ ପରୀକ୍ଷଣ ଚଳାଇଛନ୍ତି।  ଯେଉଁଥିରେ ହଜାର ହଜାର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରୁଛନ୍ତି | ଏହି ସମୟରେ ଟୀକା ବିଷୟରେ ଏକ ନକରାତ୍ମକ ଖବର ବାହାରକୁ ଆସିଛି । ଟୀକା ଉପରେ କାର୍ଯ୍ୟ  କରୁଥିବା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନର ଟୀକା ଉପରେ ପ୍ରତିବନ୍ଧକ ଲାଗିଛି । ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ଏହାକୁ ବାରଣ କରାଯାଇଛି ବୋଲି କମ୍ପାନୀ କହିଛି

କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମର କରୋନା ଜୀବାଣୁ ଟୀକା ପାଇଁ କ୍ଲିନିକାଲ ଟ୍ରାଏଲ ପାଇଁ ସ୍ଵେଚ୍ଛାସେବୀମାନଙ୍କୁ ଦିଆଯାଇଥିବା ଟୀକା ବନ୍ଦ କରିଛୁ। ଏଥିରେ ପର୍ଯ୍ୟାୟ ୩ ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ | ଅନୁସନ୍ଧାନ ସମୟରେ ଜଣେ ଅଂଶଗ୍ରହଣକାରୀ ଅସୁସ୍ଥ ଥିବାରୁ ଏହି ପଦକ୍ଷେପ ନିଆଯାଇଛି | ତେବେ ସ୍ବେଚ୍ଛାସେବୀଙ୍କ ଗୋପନୀୟତାକୁ ଦର୍ଶାଇ କମ୍ପାନୀ ଏହି ରୋଗ ବିଷୟରେ ଅଧିକ ସୂଚନା ଦେବାକୁ ମନା କରିଦେଇଛି।

- Advertisement -

ଏହି ମାସ ଆରମ୍ଭରେ, ଜନସନ ଆଣ୍ଡ ଜନସନ ଆମେରିକାରେ ଟିକା ପ୍ରସ୍ତୁତକାରୀଙ୍କ ସଂକ୍ଷିପ୍ତ ତାଲିକାରେ ଯୋଗ ଦେଇଥିଲେ। ଜନସନ ଆଣ୍ଡ ଜନସନଙ୍କ ଟିକା ହେଉଛି ଆମେରିକାର ଚତୁର୍ଥ ଟିକା, ଯାହା କ୍ଲିନିକାଲ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି। ପରୀକ୍ଷଣରେ ଅଂଶଗ୍ରହଣ କରୁଥିବା କୌଣସି ସ୍ବେଚ୍ଛାସେବୀ ଅସୁସ୍ଥ ହେଲେ ସ୍ବାଧୀନ ଏଜେନ୍ସି ଦ୍ବାରା କୌଣସି କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହି ପରୀକ୍ଷା ବନ୍ଦ ରଖାଯାଏ । ସମ୍ପ୍ରତି ବିଦେଶର ବିଭିନ୍ନ ଦେଶ ଟୀକା ପରୀକ୍ଷାରେ ଲାଗିଛନ୍ତି ଓ ଏଥିରେ ୩୦ ହଜାରରୁ ଅଧିକ ସ୍ଵେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଉଛି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories