www.samajalive.in
Sunday, November 16, 2025
15.1 C
Bhubaneswar

ଅମାନିଆ ଆମେରିକୀୟ ଲାଗି ପାଚେରୀ ହୋଇ ଠିଆ ହେଲେ ନର୍ସ-ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : ମହାମାରୀ କରୋନା ଆମେରିକାରେ ତାଣ୍ଡବ ରଚିଥିଲେ ମଧ୍ୟ ସ୍ଥାନୀୟ କିଛି ଲୋକ କରୋନା ବିରୋଧୀ ଅସ୍ତ୍ରକୁ ଦମନ କରିବାକୁ ଆଗେଇ ଆସିଛନ୍ତି;  କିନ୍ତୁ ଏଥିରେ ବାଧା ଦେଇଛନ୍ତି ସ୍ଥାନୀୟ ନର୍ସ।

ଆମେରିକାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୪୦,୫୬୫ ଜଣଙ୍କ ପ୍ରାଣ ହରାଇ ସାରିଛନ୍ତି। ସେହିପରି ୭,୬୪,୨୬୫ ଜଣ ସଂକ୍ରମିତ ହୋଇଛନ୍ତି । ଏଭଳି ଏକ ବଡ ବିପର୍ଯ୍ୟୟ ସମୟରେ ସ୍ଥାନୀୟଲୋକେ ଲକଡାଉନ୍ ମାନିବାକୁ ପ୍ରସ୍ତୁତ ନାହାଁନ୍ତି । ରବିବାର ଆମେରିକାର କଲୋରଡୋରେ କିଛି ଲୋକେ ଲକଡାଉନ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ନର୍ସ ସେମାନଙ୍କୁ ବିରୋଧ କରିଥିଲେ । ଲକଡାଉନ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଲୋକଙ୍କ ସାମ୍ନାରେ ନର୍ସମାନେ ଠିଆ ହୋଇ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ଦୃଶ୍ୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ରବିବାର ଦିନ କଲରାଡୋରେ ହଜାର ହଜାର ଲୋକ ଲକଡାଉନକୁ ଉଠାଇବା ପାଇଁ ସ୍ଥାନୀୟ ରାଜ୍ୟପାଳ ନିକଟରେ ଦାବି କରିବାକୁ ଯାଇଥିଲେ। ସେମାନେ ସାମାଜିକ ଦୂରତାକୁ ମଧ୍ୟ ବେଖାତିର କରିଥିଲେ। ସେମାନଙ୍କ ହାତରେ ପ୍ଲାକାର୍ଡ ଥିଲା। ଯେଉଁଥିରେ ଲେଖା ହୋଇଥିଲା, ‘ତୁମର ସ୍ୱାସ୍ଥ୍ୟ ମୋର ଅଧିକାର ଛଡ଼ାଇ ପାରିବ ନାହିଁ’ ଏବଂ ‘ଭୟ ଉପରେ ସ୍ୱାଧୀନତା।’ ଏହି ପ୍ରବଳ ବିରୋଧ ମଧ୍ୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଏକ ଦଳ ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେବା କର୍ମଚାରୀମାନେ ମାସ୍କ ଏବଂ ହସ୍ପିଟାଲର ପୋଷାକ ପିନ୍ଧି ସେମାନଙ୍କ ଗାଡି ସାମ୍ନାରେ ଠିଆ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିଥିଲେ। ବହୁତ ସମୟ ପରସ୍ପରଙ୍କ ମଧ୍ୟରେ ଯଥେଷ୍ଟ ତର୍କ ମଧ୍ୟ ହୋଇଥିଲା। ଲୋକମାନେ ଗାଡିର ହର୍ଣ୍ଣ ବଜାଇ ପାଟି କରି ଚାଲିଥିଲେ କିନ୍ତୁ ସ୍ୱାସ୍ଥ୍ୟ କର୍ମୀମାନେ ନିଜ ନିଜ ସ୍ଥାନରୁ ଟିକେ ବି ଘୁଞ୍ଚି ନଥିଲେ। ଏହି ସମୟର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଜୋରସୋରରେ ସେୟାର କରାଯାଉଛି। ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ୱାସ୍ଥ୍ୟ କର୍ମୀଙ୍କୁ ସମର୍ଥନ କରୁଛନ୍ତି।
ଆମେରିକାରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ସମେତ ଅନ୍ୟ ୧୦ଟି ଦେଶ ଅପେକ୍ଷା ତାଙ୍କ ଦେଶ ଅଧିକ ଅନୁସନ୍ଧାନ କରାଯାଉଛି। ରବିବାର ଦିନ ଟ୍ରମ୍ପ କହିଛନ୍ତି ଯେ, ଆମେରିକା କରୋନା ଭାଇରସ ଯୁଦ୍ଧ ବିରୋଧରେ ଅଗ୍ରଗତି କରୁଛି। ଦେଶରେ ଏପର୍ଯ୍ୟନ୍ତ ୪୧.୮ ଲକ୍ଷ ଲୋକଙ୍କୁ ପରୀକ୍ଷା କରାଯାଇଛି। ସେ ଆହୁରି କହିଛନ୍ତି ଯେ, ଗତ ଆଠ ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ୫୦ ପ୍ରତିଶତ ହ୍ରାସ ଘଟିଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories