www.samajalive.in
Sunday, December 7, 2025
13.1 C
Bhubaneswar

ଛାତ୍ରଛାତ୍ରୀଙ୍କ ବର୍ଷକ ଫି’ ଛାଡ଼ କରୁ ବିପିୟୁଟି – ଓପେକା

ଭୁବନେଶ୍ବର: ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍‌(ଓପେକା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ୨୦୨୦-୨୧ ଶିକ୍ଷାବର୍ଷର ଏକାଡେମିକ୍ ପ୍ଲାନିଂ ଓ ନାମଲେଖା ସମ୍ପର୍କିତ ସ୍ବତନ୍ତ୍ର ନୀତି ପ୍ରସ୍ତୁତ, ଇଣ୍ଡଷ୍ଟ୍ରି, ଆଇଟି ଓ ଅନ୍ୟାନ୍ୟ କମ୍ପାନୀ କ୍ୟାମ୍ପସ ଜରିଆରେ ନିଯୁକ୍ତି ଦେଇଥିବା ଛାତ୍ରଛାତ୍ରୀଙ୍କୁ ଗ୍ରହଣ, ଇଞ୍ଜିନିୟରିଂ କଲେଜଗୁଡ଼ିକୁ ସ୍ଥାନୀୟ କମ୍ପାନୀଗୁଡ଼ିକ ପୋଷ୍ୟ ଭାବେ ଗ୍ରହଣ, କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ, ଇପିଏଫ୍, ଇଏସ୍‌ଆଇ ଦେବା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଆର୍ଥିକ ସହାୟତା ମିଳୁ।

କଲେଜଗୁଡ଼ିକର ଆଫିଲିଏସନ୍‌ ଫି ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ପଞ୍ଜୀକରଣ ଫି ବିପିୟୁଟି ପକ୍ଷରୁ ଛାଡ଼ କରୁ। ଅନ୍‌ଲାଇନ୍‌ ଶିକ୍ଷାଦାନ ପାଇଁ ଆର୍ଥିକ ସାହାଯ୍ୟ କରୁ। ଯେଉଁମାନେ ବ୍ୟାଙ୍କରୁ ଋଣ ନେଇଛନ୍ତି ସେଥିରେ କୋହଳ କରାଯାଉ। ପୂର୍ବରୁ ଯେଭଳି ଏଡୁସାଟ୍‌ ବ୍ୟବସ୍ଥାରେ ପଢା ଯାଉଥିଲା ତାହା ପୁନଃପ୍ରଚଳନ ହେଉ। ସବୁ କଲେଜରେ କିଭଳି ରେଡିଓ ଏମ୍‌ଏଫ୍‌ ଖୋଲାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉ। କରୋନା ଭୂତାଣୁ କଟକଣା ଉଠିଯିବା ପେର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା ପାଇଁ ଓପେକା ସାଧାରଣ ସମ୍ପାଦକ ବିନୋଦ ଦାଶ ନିବେଦନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories