www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ଭୂତାଣୁ ଭୟ : ଦିଲ୍ଲୀର ସମସ୍ତ ବିଦ୍ୟାଳୟ ଛୁଟି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ଭୟ ଏବେ ସମସ୍ତଙ୍କୁ ଆତଙ୍କିତ କରିଛି। ଏଥିପାଇଁ ଅନେକ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଦିଲ୍ଲୀ ସରକାର ଗୁରୁବାର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ପିଲାମାନେ ଯେପରି ଭୂତାଣୁ ସଂକ୍ରମିତ ନ ହେବେ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ୍‌ କରିଛନ୍ତି। ସେହିପରି ଦିଲ୍ଲୀ ସରକାରଙ୍କ ଅଧୀନ ସମସ୍ତ ବିଭାଗ, ସ୍ବୟଂଶାସିତ ଅନୁଷ୍ଠାନ ଓ ମ୍ୟୁନିସିପାଲ କର୍ପୋରେସନରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ସଚିବ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସଂସ୍ପର୍ଶ ଜନିତ ଭୂତାଣୁ ସଂକ୍ରମଣକୁ ଏଡାଇବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ ଗାଜିଆବାଦରେ ଆଉ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଣ ବୃଦ୍ଧି ରୋକିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ବତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି ଯେ ପ୍ରତ୍ୟେକ ଜିଲା, ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରରେ ରାପିଡ ରେସପନ୍ସ ଟିମ୍ (ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀ) ଗଠନ କରିବାକୁ ରାଜ୍ୟ ସରକାରଗୁଡିକୁ କୁହାଯାଇଛି। ସେହିପରି ଦେଶର ପ୍ରତ୍ୟେକ ବିମାନବନ୍ଦରରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ଯୋଗାଇ ଦେବେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ରାଜ୍ୟସଭାରେ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସତର୍କତା ପୂର୍ବରୁ ଭାରତ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।

- Advertisement -

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଓ ୟୁରୋପୀୟ ୟୁନିୟନ (ଇୟୁ) ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଗୁରୁବାର କହିଛନ୍ତି ଯେ ଚଳିତ ମାସରେ ବ୍ରସେଲ୍ସରେ ଏହି ଶିଖର ସମ୍ମିଳନୀ ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାକୁ ଥିବାବେଳେ ତାଙ୍କ ଗସ୍ତକୁ ବାତିଲ କରାଯାଇଛି। ଗତବର୍ଷ ଡିସେମ୍ବରରେ ଚୀନରେ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ବରେ ୩୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି।
ସେହିପରି ଏହି ଭୂତାଣୁରେ ୯୫ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି। ଭାରତରେ ଏହି ଭୂତାଣୁ ସଂକ୍ରମଣ ଏବେ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ଜଣ ସଂକ୍ରମିତ ହୋଇଥିବାବେଳେ ଆଗକୁ ଏହା ଭୟଙ୍କର ରୂପ ନେବା ଆଶଙ୍କା କରାଯାଇଛି। ମଣିପାଳ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ନିର୍ଦେଶକ ଅରୁଣକୁମାର ଜି କହିଛନ୍ତି ଯେ ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories