www.samajalive.in
Saturday, December 13, 2025
26.1 C
Bhubaneswar

ହ୍ବାଟସ୍‌ ଆପରେ ଚାଲିଛି ପାଠପଢ଼ା

ଇନ୍ଦୋରର କେତୋଟି ବିଦ୍ୟାଳୟ ଏବେ ଦଶମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ନୂତନ ଉପାୟ ଆରମ୍ଭ କରିଛି। ପିଲାଙ୍କ ପାଠପଢ଼ାକୁ ନେଇ କର୍ତ୍ତୃପକ୍ଷ ଆପୋସ ବୁଝାମଣାରେ ଏଇ ନିଷ୍ପତ୍ତି ନେଇଥିବାବେଳେ ଅଭିଭାବକ ମହଲରୁ ସେମାନଙ୍କୁ ସ୍ବାଗତ କରାଯାଇଛି। କରୋନାର ପ୍ରଭାବ କେତେ ଦିନ ଅବା ମାସ ରହିବ, ତାହା ସ୍ପଷ୍ଟ ହେଉନାହିଁ। ଏଣୁ ବିଦ୍ୟାଳୟଗୁଡ଼ିକ ଏବେ ବନ୍ଦ ହୋଇ ରହିଛି। ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ଯେପରି ପାଠପଢ଼ାର ଚାପରେ ଅତିଷ୍ଠ ନ ହୁଅନ୍ତୁ, ସେଥିନିମନ୍ତେ ହ୍ବାଟସ୍‌ ଆପ୍ ଗ୍ରୁପ୍ ଜରିଆରେ ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କ କ୍ଲାସ୍ ନେଉଥିବାର ପ୍ରକାଶ। ଦୈନିକ ଦିନ ୧୦ ଟାରୁ ଏଇ ଗ୍ରୁପ୍ କାର୍ଯ୍ୟକାରୀ ହୋଇ ୪ଟା ପର୍ଯ୍ୟନ୍ତ ଚାଲୁଥିବାର ବିଦ୍ୟାଳୟ ମୁଖ୍ୟ କାର୍ଯ୍ୟକାରୀ କହିଛନ୍ତି। ପ୍ରତି ବିଷୟ ନିମନ୍ତେ ଶିକ୍ଷକ ୧ଘଣ୍ଟା ସମୟ ଛାତ୍ରଛାତ୍ରୀଙ୍କୁ ଦେଉଥିବାବେଳେ ପିଲାମାନଙ୍କୁ ଅଡ଼ିଓ ଓ ଭିଡିଓ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଦଶମ ଶ୍ରେଣୀର ୯୦ ପ୍ରତିଶତ ଛାତ୍ରଛାତ୍ରୀ ଓ ଦ୍ବାଦଶ ଶ୍ରେଣୀର ୭୦ ପ୍ରତିଶତ ଛାତ୍ରଛାତ୍ରୀ ଏହି ଜରିଆରେ ପାଠ ପଢ଼ୁଛନ୍ତି। ଯେଉଁ ଛାତ୍ର ଅବା ଛାତ୍ରୀଙ୍କର କିଛି ଅବୁଝା ରହୁଛି, ସେମାନେ ତୁରନ୍ତ ଏଇ ଗ୍ରୁପ୍‌ରେ ବାର୍ତ୍ତା ଦେଉଛନ୍ତି। ଅନ୍-ଲାଇନ୍ ସୁବିଧାରେ ପିଲାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories