www.samajalive.in
Monday, December 8, 2025
24.1 C
Bhubaneswar

ବିଶେଷଜ୍ଞଙ୍କ ଦାବି; ପାଣିରୁ ଶରୀରକୁ ବ୍ୟାପେନାହିଁ କରୋନା, ନଦୀରେ ଗାଧୋଇଲେ କି ଜଳ ପିଇଲେ ନାହିଁ ବିପଦ

ନୂଆଦିଲ୍ଲୀ: ପାଣିରୁ ମଣିଷ ଶରୀରକୁ କରୋନା ଭୂତାଣୁ ବ୍ୟାପେ କି ନାହିଁ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ରହିଛି। ଉତ୍ତରପ୍ରଦେଶ ଏବଂ ବିହାର ସୀମାନ୍ତ ଦେଇ ଯାଇଥିବା ଗଙ୍ଗାନଦୀରୁ ୯୬ ମୃତଦେହ ମିଳିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନରେ ପ୍ରାଣ ହରାଇବା ପରେ ପରିଜନମାନେ ଏହି ମୃତଦେହଗୁଡ଼ିକୁ ନଦୀରେ ଭସାଇ ଦେଇଥିବା ଜଣାପଡ଼ିବା ପରେ ଏହାଦ୍ବାରା ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ପାଣିରୁ ମଣିଷ ଶରୀରକୁ କରୋନା ବ୍ୟାପେ ନାହିଁ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ଶରୀରରୁ ଭୂତାଣୁ ବାହାରି ଯେତେବେଳେ ପାଣିରେ ପ୍ରବେଶ କରେ ସେତେବେଳେ ଭୂତାଣୁ ଅଧିକ ସକ୍ରିୟ ରହି ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ପାଣିରେ ପଡ଼ିଲେ, ସେଥିରୁ ଅନ୍ୟ ଲୋକଙ୍କ ପର୍ଯ୍ୟନ୍ତ ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ଏଯାଏ ମିଳିନାହିଁ। ସେଥିଲାଗି ନଦୀରେ ଗାଧୋଇଲେ କିମ୍ବା ପାଣି ପିଇଲେ କରୋନା ସଂକ୍ରମଣ ହେବାର ସମ୍ଭାବନା ନାହିଁ। ମାତ୍ର ସେହି ପାଣି ଯଦି ପ୍ରଦୂଷିତ ହୋଇଥାଏ, ତେବେ ତାହାକୁ ପିଇଲେ କିମ୍ବା ସେଥିରେ ଗାଧୋଇଲେ ପେଟ ଏବଂ ଚର୍ମ ରୋଗ ହୋଇପାରେ।

- Advertisement -

ଏସଜିପିଜିଆଇର ନିର୍ଦେଶକ ପ୍ରଫେସର ଆର.କେ. ଧିମାନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପାଣିରୁ ଭୂତାଣୁ ବ୍ୟାପିବାକୁ ନେଇ କୌଣସି ଅଧ୍ୟୟନ ହୋଇନାହିଁ। କିନ୍ତୁ ଭୂତାଣୁ ନାକ ଜରିଆରେ ଶରୀରରେ ପ୍ରବେଶ କରିଥାଏ ନିଶ୍ଚିତ। କିଛି ମାମଲାରେ ମୁହଁ ଜରିଆରେ ବି ସଂକ୍ରମଣର ପ୍ରମାଣ ମିଳିଛି। ଶ୍ଵାସକ୍ରିୟା ସମୟରେ ନାକ ବାଟେ ଭୂତାଣୁ ଶରୀରକୁ ଯିବା କାରଣରୁ ଫୁସଫୁସରେ ସଂକ୍ରମଣ ହୋଇଥାଏ।

କେଜିଏମୟୁ ମାଇକ୍ରୋବାୟୋଲୋଜି ବିଭାଗର ପ୍ରାଧ୍ୟାପକ ଡା. ଶୀତଲ ବର୍ମା କହିଛନ୍ତି ଯେ, କରୋନା ଭୂତାଣୁ ନିର୍ଜୀବ ହୋଇଥାଏ। ଏହା ମଣିଷ ଶରୀରରୁ ବାହାରିବା ପରେ ୨୪ ଘଣ୍ଟା ପରେ ନଷ୍ଟ ହୋଇଯାଇଥାଏ। କିନ୍ତୁ ଶରୀରରେ ପହଞ୍ଚିବା ପରେ ଦ୍ରୁତଗତିରେ ରାଇବୋଜମ ସହାୟତାରେ ବଂଶ ବିସ୍ତାର କରିଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories