www.samajalive.in
Thursday, December 11, 2025
18.1 C
Bhubaneswar

ବିଡ଼ିଓ ଓ ତହସିଲଦାରଙ୍କ ଉପରେ ଆକ୍ରମଣ ଅଭିଯୋଗ : ୩ ଅଟକ

ଯାଜପୁର : ଯାଜପୁର ଟାଉନ ସ୍ଥିତ ରସୁଲପୁର ବ୍ଲକର ଗୋପୀନାଥପୁର ଗ୍ରାମକୁ ବିଡ଼ିଓ ଓ ତହସିଲଦାର କରୋନା ସ୍ଥିତି ଅନୁଧ୍ୟାନ ଓ ଲକଡାଉନର ସ୍ଥିତିକୁ ଦେଖିବାକୁ ଯାଇଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କୁଆଖିଆ ଥାନା ଗୋପୀନାଥପୁର ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଘଟଣାସ୍ଥଳରେ ପହଂଚିବାପରେ ତାଙ୍କୁ ମଧ୍ୟ ସେହି ଗ୍ରାମ ଲୋକେ ସଂଘବଧ ହୋଇ ଦୁର୍ବ୍ୟବହାର କରିଥିଲେ। ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ୩ ଜଣଙ୍କୁ ଅଟକ ରଖିଛି । ଶେଷରେ ଜିଲ୍ଲା ପୁଲିସ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା।

ଯାଜପୁର ଏସପି ଚରଣ ସିଂ ମିନା ଘଟଣା ସ୍ଥଳରେ ପହଁଚି ପରିସ୍ଥିତିର ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ଅଟକ ଯୁବକମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ କ୍ଵାରେଣ୍ଟଟାଇନରେ ରଖାଯିବ ବୋଲି ସୂଚନା ମିଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ପରିସ୍ଥିତି ପୁନର୍ବାର ବିଗିଡିଲେ ଗୋପୀନାଥପୁର ଗ୍ରାମରେ ୧୪୪ ଧାରା ଲାଗୁ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories