www.samajalive.in
Thursday, December 11, 2025
16.1 C
Bhubaneswar

ଆଶଙ୍କା ଭିତରେ ବଢ଼ୁଛି ସଂକ୍ରମଣ : ୧୨୫୧ ସଂକ୍ରମିତ, ମୃତ୍ୟୁସଂଖ୍ୟା ୩୨

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁଁ ଭାରତରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ବିଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ଏବେ କରୋନା ଭୂତାଣୁ ସ୍ଥାନୀୟ ସଂକ୍ରମଣରେ ରହିଛି । ତେବେ ଯଦି ଏହା ଗୋଷ୍ଠୀ ସଂକ୍ରମଣର ରୂପ ନିଏ ତେବେ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସତର୍କ କରାଇଦେଇଛି।
କେନ୍ଦ୍ର ସରକାରଙ୍କ ଏହି ଆଶଙ୍କା ମଧ୍ୟ ଅମୂଳକ ନୁହେଁ। ସୋମବାର ଅପରାହ୍ଣ ସୁଦ୍ଧା ଦେଶରେ ମାତ୍ର ୪୭ଟି ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିଲେ। ତେବେ ଅପରାହ୍ଣରେ ବଢ଼ିଥିବା ରୋଗୀ ସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାତି ସାଢ଼େ ୯ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଆଜି ଦିନକରେ ୨୨୭ଜଣ ନୂଆ ରୋଗୀଙ୍କୁ ଠାବ କରାଯାଇଥିବାବେଳେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ତେଲଙ୍ଗାନା ରାଜ୍ୟରେ ସଂକ୍ରମଣ ହାର ହଠାତ୍‌ ବୃଦ୍ଧି ପାଇଛି। ଏଠାରେ ମେଡିକାଲ ରିପୋର୍ଟ ଅନୁସାରେ ଗତ ୧୩ରୁ ୧୫ ତାରିଖ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଅନୁଷ୍ଠିତ ଏକ ଧର୍ମସଭାରେ ଯୋଗଦେଇ ରାଜ୍ୟକୁ ଫେରିଥିବା ତେଲଙ୍ଗାନାର କିଛି ଲୋକଙ୍କ ଠାରେ କରୋନା ରୋଗର ଲକ୍ଷଣ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଲାଣି। ଏହାକୁ ମିଶାଇ ଦେଶରେ ସୋମବାର ରାତି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୧ ଓ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଥିବା ଜଣାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୫ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫୭ ଥିଲା। ୨୬ ତାରିଖରେ ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୨୭ ତାରିଖରେ ଆକ୍ରାନ୍ତ ସଂଖ୍ୟା ୮୮୬କୁ ବଢ଼ିବା ସହିତ ୧୫୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ପରେ ୨୮ ତାରିଖରେ ୧୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୪ ଏବଂ ମୃତ୍ୟୁ ସଂଖ୍ୟା ୨୭ରେ ସୀମିତ ଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories