www.samajalive.in
Monday, December 8, 2025
14.1 C
Bhubaneswar

୩୦୦ ଆକ୍ରାନ୍ତ; ପୁଲିସ ଘେରରେ ନିଜାମୁଦ୍ଦିନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ୩୦୦ ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି। ଏହି ଖବର ମିଳିବା ପରେ ଜିଲା ପ୍ରଶାସନ ସମ୍ପୃକ୍ତ ସମଗ୍ର ଅଞ୍ଚଳକୁ ଘେରାଉ କରି ରଖିଛନ୍ତି ଓ ସନ୍ଦିଗ୍ଧ ଲୋକଙ୍କୁ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସ୍ବତନ୍ତ୍ର ଡାକ୍ତରୀ ଶିବିର ସ୍ଥାପନ କରାଯାଇଛି। ଘଟଣାସ୍ଥଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ଏହି ଘଟଣା ସହିତ ସମ୍ପୃକ୍ତ ୬ଜଣଙ୍କର ତେଲଙ୍ଗାନାରେମ ମୃତ୍ୟୁ ଘଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ଥାନୀୟ ମସ୍‌ଜିଦର ମୌଲାନାଙ୍କ ବିରୋଧରେ ଏତଲା ଦାୟର ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଘର ଘର ବୁଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅନୁଧ୍ୟାନ ଚଳାଇଛନ୍ତି। ମସ୍‌ଜିଦର ମୁଖପାତ୍ର ଡଃ ମହମ୍ମଦ ସୋଏବ ଆକ୍ରାନ୍ତଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରିଛନ୍ତି।
ନିଜାମୁଦ୍ଦିନର ଏକ ‘ମର୍କଜ୍‌’ (ମସ୍‌ଜିଦ)ରେ ମାର୍ଚ୍ଚ ୧୮ରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ତବଲିଗ୍‌-ଇ-ଜମାତ ଅାୟୋଜନ ଅବସରରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୪୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସେମାନଙ୍କ ମଧ୍ୟରେ ମାଳେସିଆ, କିରଗିଜସ୍ଥାନ, ଇଣ୍ଡୋନେସିଆ, ସାଉଦିଆରବ ଆଦି ଦେଶର ପ୍ରାୟ ୨୮୦ ପ୍ରତିନିଧି ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ରାଜ୍ୟକୁ ଫେରିଯାଇଥିବାବେଳେ ସ୍ଥାନୀୟ ୩୦୦ଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି। ରବିବାର ଓ ସୋମବାର ୨୦୦ରୁ ଅଧିକଙ୍କୁ ଡାକ୍ତରଖାନା ନିଆଯାଇଛି। ପୁଲିସ ସମ୍ପୃକ୍ତ ମସ୍‌ଜିଦ ଓ ଦର୍‌ଗାକୁ ବନ୍ଦ କରିବା ସହ ଘେରାଉ କରି ରଖିଛି। ସେଠାରେ ଲକ୍‌-ଡାଉନ୍‌କୁ କଡ଼ାକଡ଼ି କରିବା ପାଇଁ ପୁଲିସ ଡ୍ରୋନ୍‌ ସାହାଯ୍ୟରେ ନଜର ରଖିଛି। ସୂଚନାନୁଯାୟୀ, ଶୁକ୍ରବାର ଆଣ୍ଡାମାନ ଓ ନିକୋବର ଦ୍ବୀପର ୬ଜଣ ଆକ୍ରାନ୍ତଙ୍କୁ ପୋର୍ଟବ୍ଲେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ଓ କଲକାତା ଦେଇ ପୋର୍ଟବ୍ଲେୟାର ଫେରିଥିବା ସ୍ବୀକାର କରିଛନ୍ତି। ଏତଦ୍‌ବ୍ୟତୀତ ଶ୍ରୀନଗରରେ କରୋନାରେ ମୃତ ଜଣେ ୬୫ବର୍ଷୀୟ ବ୍ୟକ୍ତି ମଧ୍ୟ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରେନ୍‌ରେ ଫେରିଥିଲେ ବୋଲି ସୂଚନା ମିଳିଛି। ସେହିଭଳି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜଣେ ୫୨ ବର୍ଷୀୟ ଆକ୍ରାନ୍ତ ହୋଇଛନ୍ତି; ଯେ କି ନିଜାମୁଦ୍ଦିନରୁ ଫେରିଥିଲେ। ତାମିଲନାଡ଼ୁରେ ମୃତ ଜଣେ କରୋନା ଆକ୍ରାନ୍ତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ ଇଣ୍ଡୋନେସିଆର ୧୧ ନାଗରିକ ମଧ୍ୟ ଏଠାରୁ ଫେରି ଆକ୍ରାନ୍ତ ହୋଇଛନ୍ତି। ସରକାର ଜନତାର କର୍ଫ୍ୟୁ ପାଳନ କରିବା ଦିନ ଓ ଏହା ପରେ ସେଠାରୁ ଲୋକେ ବସ୍‌. ଟ୍ରେନ୍‌ ଯୋଗେ ଚାଲିଯାଇଥିଲେ। ସେମାନଙ୍କ ଦ୍ବାରା ପ୍ରାୟ ୨ହଜାର ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories