ଭୁବନେଶ୍ବର: କରୋନା ଭାଇରସ ସନ୍ଦେହରୁ ମୁକ୍ତ ହୋଇଛନ୍ତି ପୁଲବାଣୀ ଡାକ୍ତରୀ ଛାତ୍ର। କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ଡିଏମଇଟି ର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।
ଗତ କିଛି ଦିନ ପୂର୍ବେ କରୋନା ଭାଇରସ ସନ୍ଦେହରେ ଚୀନରୁ ଫେରିଥିବା ପୁଲବାଣୀର ଜଣେ ଡାକ୍ତରୀ ଛାତ୍ର କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଏଯାବତ୍ ଲ୍ୟାବ୍ ଯାଇଥିବା ୬ଟି ନମୁନା ମଧ୍ୟରୁ ୫ଟି ନେଗେଟିଭ ଥିବା ସୂଚନା ମିଳିଛି। ଅନ୍ୟ ଜଣେ ମହିଳାଙ୍କ ରିପୋର୍ଟ ଏପର୍ୟ୍ୟନ୍ତ ଆସିନାହିଁ।



