www.samajalive.in
Saturday, December 6, 2025
26.1 C
Bhubaneswar

ନର୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିକିତ୍ସା ସେବା ପ୍ରଦାନରେ ଅବହେଳା ଅଭିଯୋଗ

ନର୍ଲା: ଆଜି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ନର୍ଲାକୁ। ରୁପ୍ରାରୋଡ ନିବାସୀ କୁଳଦ୍ୱୀପ ଶର୍ମା(୪୩) ନାମକ ଜଣେ ବ୍ୟକ୍ତିଙ୍କର କୋଭିଡ୍ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ସେ କାମଠଣା କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ। କୁଳଦ୍ୱୀପ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  ଗତ ୧୬ ତାରିଖରେ ଚିକିତ୍ସା ପାଇଁ କାମଠଣାସ୍ଥ କୋଭିଡ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସ୍ଥାନୀୟ ରୁପ୍ରାରୋଡ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛନକା ପଶି ଯାଇଛି। କୁଳଦ୍ବୀପ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଖାଇବା-ପିଇବାକୁ ଠିକ୍‌ ଭାବେ ଦିଆଯାଉନଥିବା ତାଙ୍କର ଜଣେ ବନ୍ଧୁ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନାହିଁ ଏବଂ ଚିକିତ୍ସା ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି କହିଥିବା ତାଙ୍କ ବନ୍ଧୁ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ବନ୍ଧୁ ଏକ ଭଏସ୍‌ କଲ୍‌ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେୟାର କରିଛନ୍ତି।

 

- Advertisement -

ଅପରପକ୍ଷରେ କୁଳଦ୍ବୀପଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ କୁଳଦ୍ବୀପ ଗତକାଲି ରାତି ପର୍ଯ୍ୟନ୍ତ ସୁସ୍ଥ ଓ ଭଲ ଥିବା କହିଥିଲା। ତାଙ୍କର ହଠାତ୍‌ ମୃତ୍ୟୁ ହୋଇଥିବା ଘଟଣାକୁ ସହଜରେ ଗ୍ରହଣ କରିହେଉନାହିଁ। କୁଳଦ୍ବୀପଙ୍କୁ ଚିକିତ୍ସା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ହସ୍‌ପିଟାଲ୍‌ ପକ୍ଷରୁ କୁଳଦ୍ବୀପଙ୍କୁ ଚିକିତ୍ସା ସେବା ପ୍ରଦାନ ଓ ଚିକିତ୍ସିତ ଅବସ୍ଥାରେ ଖାଦ୍ୟପାନୀୟ ଦେବାରେ କୌଣସି ଅବହେଳା କରାଯାଇନାହିଁ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories