www.samajalive.in
Monday, December 8, 2025
13.1 C
Bhubaneswar

କରୋନା କାଳରେ ଔଷଧର କଳାବଜାର: ଅକ୍ସିମିଟର, ଷ୍ଟିମର, ଗ୍ଲୋବସ ଚଢାଦରରେ ବିକ୍ରି

ସାରନଗରୀ : ମାଡ଼ି ଚାଲିଛି କରୋନାର ଦ୍ୱିତୀୟ ଲହର! ଏହା ସହିତ ସରକାରଙ୍କ ପକ୍ଷରୁ ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ହାତକୁ ନିଆଯାଇ ଜୁନ ୧ ତାରିଖ ଯାଏ ତାଲାବନ୍ଦ-୨ ନିଷ୍ପତ୍ତି ନିଆଯାଇଛି । ଏହି ତାଲାବନ୍ଦ ବେଳେ ସକାଳ ୭ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ୪ ଘଣ୍ଟା ଯାଏ ଖୋଲା ରହୁଥିବା ବେଳେ, ଜରୁରୀ ଦୋକାନ ଭାବେ ଔଷଧ ଦୋକାନ ସବୁ ସମୟରେ ଖୋଲା ରହୁଛି। କରୋନା ସଂକ୍ରମଣ ସୁନ୍ଦରଗଡ଼ ଓ ରାଉରକେଲା ସହରାଂଚଳରେ ବଢିବାରେ ଲାଗିଛି। ଏଭଳି ଏକ ସାଂଘାତିକ ପରିସ୍ଥିତିରେ ଜନସାଧାରଣ ସଂକ୍ରମଣ ଓ ଜୀବନ ବଂଚାଇବା ପ୍ରୟାସରେ ଦିନ କାଟୁଛନ୍ତି। ଅପରପକ୍ଷରେ ଏଭଳି ଦୁଃସମୟରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଦୀର୍ଘ ଦିନ ଧରି ଔଷଧ ବ୍ୟବସାୟ କରୁଥିବା କିଛି ଦୋକାନୀ କରୋନା ଆଳରେ କଳାବଜାରୀ କରିବା ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କର ଅମ୍ଳଜାନସ୍ତର କମିବା ଆଶଙ୍କା ଢେରଗୁଣ ରହୁଥିବାରୁ ଅନେକ ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅମ୍ଲଜାନ ସ୍ତର(ଅକ୍ସିଜେନ ଲେବଲ) ମାପିବା ପାଇଁ ଘରେ ଅକ୍ସିମିଟର ରଖିବାକୁ ପରାମର୍ଶ ଦେଉଛନ୍ତି । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି। ତେଣୁ ଅକ୍ସିଜେନ ସ୍ତର ଜାଣିବା ପାଇଁ ବଜାରରେ ଅକ୍ସିମିଟରର ଚାହିଦା ବଢୁଛି, ଯାହା କଳାବଜାରୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଉଛି! ସେହିପରି ବାମ୍ଫ ନେବାକୁ ବ୍ୟବହାର ହେଉଥିବା ଷ୍ଟିମର ଓ ଗ୍ଲୋବସର ମଧ୍ୟ କଳାବଜାରୀ ହେଉଛି।

 

- Advertisement -

କିଛି ନିର୍ଦ୍ଦିଷ୍ଟ ଔଷଧ ବ୍ୟବସାୟୀ ୭ଶହ ଟଙ୍କାର ଅକ୍ସିମିଟରକୁ ୧୮ଶହରୁ ୨ ହଜାର ଟଙ୍କା ଓ ୨୪୫ ଟଙ୍କାର ଷ୍ଟିମରକୁ ୫ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଛଘୁଂଚା ଦେଉନାହାନ୍ତି। ସେହିଭଳି କରୋନା ସଂକ୍ରମଣରୁ ବର୍ତିବା ଲାଗି ଲୋକେ ଗ୍ଲୋବସ ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଥିବା ବେଳେ, ଗ୍ଲୋବସର ଦର ପୂର୍ବ ଦର ଠାରୁ ଢେର ଗୁଣ ଅଧିକ ରହିଛି। କରୋନା ସଂକ୍ରମଣ ଭୟରେ ଲୋକେ ଔଷଧ ଦୋକାନୀକୁ ପଚାରି ଓ ସୋସିଆଲ ମିଡ଼ିଆକୁ ଅନୁସରଣ କରି ଔଷଧ ପତ୍ର ଖରିଦ କରୁଛନ୍ତି, ଏହାର ସୁଯୋଗ ନେଇ କିଛି ଔଷଧ ଦୋକାନୀ ନିମ୍ନ ମାନର ଔଷଧକୁ ବିକ୍ରି କରିବା ସହ ଅନ୍ୟ ଅତ୍ୟାବଶ୍ୟକ ଔଷଧ ଗୁଡ଼ିକୁ ଅଧିକ ଦରରେ ବିକ୍ରି କରୁଛନ୍ତି। ରୋଗ ପ୍ରତିଷେଧକ ଶକ୍ତି(ଇମ୍ୟୁନିଟି ବୁଷ୍ଟର) ପାଇଁ ବ୍ରିକି ହେଉଥିବା ହର୍ବାଲ ମେଡ଼ିସିନ ଆଦି ତିନିରୁ ଚାରି ଗୁଣରେ ବିକ୍ରି କରିବାକୁ କେତେକ ଅସାଧୁ ଔଷଧ ଦୋକାନୀ ପଛାଉନାହାନ୍ତି! ବର୍ତମାନ କରୋନା ସଂକ୍ରମଣ ବଢିବା ଆଶଙ୍କାକୁ ଦେଖି ତୁଣ୍ଡି ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏ ଦୃଷ୍ଟିରୁ ମାସ୍କ (ତୁଣ୍ଡି) ଓ ସାନିଟାଇଜର(ବିଶୋଧକ)ର ଦାମରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଥିବା ଗ୍ରାହକ ମହଲରୁ ଅଭିଯୋଗ ହୋଇଛି। କରୋନା ବେଳାରେ ଔଷଧର କଳାବଜାରୀକୁ ପ୍ରଶାସନିକ ସ୍ତରରେ ନିୟନ୍ତ୍ରଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories