www.samajalive.in
Wednesday, December 10, 2025
17.1 C
Bhubaneswar

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ଯାତ୍ରୀଙ୍କୁ ୬୧୦ କୋଟି ଫେରସ୍ତ କରିଛି। ଯାତ୍ରୀମାନେ ଟିକଟ ବାବଦକୁ ଦେଇଥିବା ସମସ୍ତ ଅର୍ଥକୁ ଏୟାରଲାଇନ୍ସ ଫେରସ୍ତ କରିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ରବିବାର ସନ୍ଧ୍ୟାରେ ଏହିସବୁ ଅର୍ଥ ଯାତ୍ରୀଙ୍କୁ ଫେରାଇ ଦିଆଯାଇଥିବା ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଯାତ୍ରୀ ୩୦୦୦ ଲଗେଜ ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସୋମବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଶନିବାର ସନ୍ଧ୍ୟାରେ ଡିଜିସିଏ ଇଣ୍ଡିଗୋ ଏୟାରଲାଇନ୍ସଙ୍କୁ ଯାତ୍ରୀଙ୍କ ଟିକଟ ବାବଦ ଅର୍ଥ ଫେରାଇବା ଲାଗି ୨୪ଘଣ୍ଟା ଓ ଲଗେଜ୍ ଫେରାଇବା ଲାଗି ୪୮ଘଣ୍ଟା ସମୟ ଦେଇଥିଲେ।
ଯାତ୍ରୀଙ୍କ ଟିକଟ୍ ଅର୍ଥ ଓ ଲଗେଜ୍ ଫେରାଇବା ବ୍ୟବସ୍ଥା ପରେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୃଢ ପଦକ୍ଷେପ ନେଉଛି। ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁ ଏଥିପାଇଁ ଘନ ଘନ ବୈଠକ ଚଳାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ବିମାନ ଅପରେଟର, ବିମାନବନ୍ଦର ନିର୍ଦେଶକ, ଗ୍ରାଉଣ୍ଡ ପରିଚାଳନା ଏଜେନ୍ସିଗୁଡିକ ସହିତ ନିୟମିତ ବୈଠକ କରାଯାଇ ସମାଧାନର ବାଟ ବାହାର କରାଯାଉଛି। ବିମାନବନ୍ଦରରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ବିମାନ ବାତିଲ ଓ ବିଳମ୍ବ ସମ୍ପର୍କରେ ଯାତ୍ରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ଇଣ୍ଡିଗୋ ଏୟାର ଲାଇନ୍ସକୁ କୁହାଯାଇଛି। ଏହା ସହିତ ସମସ୍ତ ବାତିଲ ବିମାନର ଟିକଟ ଅର୍ଥ ଯାତ୍ରୀଙ୍କୁ ଫେରାଇବାକୁ ନିର୍ଦେଶ ଦିଆଯାଇଛି। ଇତି ମଧ୍ୟରେ ଦେଶରେ ବିମାନ ଚଳାଚଳ ସ୍ବାଭାବିକ ହେବାରେ ଲାଗିଛି। ଡିସେମ୍ବର ୧୦ ତାରିଖ ସୁଦ୍ଧା ବିମାନ ଚଳାଚଳକୁ ସ୍ବାଭାବିକ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ବରିଷ୍ଠ ଅଧିକାରୀ କହିଛନ୍ତି। ଏୟାରଲାଇନ୍ସର ଅନ ଟାଇମ ପରଫରମାନ୍ସ ୩୦%ରୁ ୭୫%କୁ ବୃଦ୍ଧି ପାଇଛି। ଇଣ୍ଡିଗୋ ସିଇଓ ପିଟର ଏଲବର୍ସ କହିଛନ୍ତି ଯେ ଶୁକ୍ରବାର ଅପେକ୍ଷା ଶନିବାର ଓ ରବିବାର ବିମାନ ଉଡାଣ ସଂଖ୍ୟାରେ ବୃଦ୍ଧି ଘଟିଛି। ଏବେ ୧୫୦୦ରୁ ଅଧିକ ବିମାନ ଉଡାଣ ସମ୍ଭବ ହୋଇପାରିଲାଣି। ରବିବାର ୧୬୫୦ ବିମାନ ଉଡାଣ କରାଯାଇଛି। ବିମାନ ବାତିଲର ମୂଳ କାରଣକୁ ସମାଧାନ କରିବା ଦିଗରେ ଏୟାରଲାଇନ୍ସ ଉଦ୍ୟମ କରିବ ବୋଲି ସିଇଓ କହିଛନ୍ତି। ପାଇଲଟ୍ ଓ କର୍ମଚାରୀ ଅଭାବକୁ କିପରି ସମାଧାନ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ।
ଅନ୍ୟପଟେ ବିମାନ ଚଳାଚଳ ଅସୁବିଧାକୁ ଦୂର କରିବା ଲାଗି ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲୱେ (ଏନଏଫ୍ଆର) ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଇଛି। ଏନଏଫ୍ଆର ସିପିଆରଓ କପିନଜଲ କିଶୋର କହିଛନ୍ତି ଯେ ଟ୍ରେନଗୁଡିକରେ ଅତିରିକ୍ତ ବଗି ଲଗାଯାଇ ଅଧିକ ଯାତ୍ରୀ ପରିବହନର ବ୍ୟବସ୍ଥା କରାଯାଇଛି। ୧୮ଟି ବିଭିନ୍ନ ଟ୍ରେନରେ ୨୦ଟି ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଏହା ସହିତ ଦିବ୍ରୁଗଡ ଓ ନୂଆଦିଲ୍ଲୀ ମଧ୍ୟରେ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories