www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ରାଜ୍ୟରେ ପୁଣି ଚିହ୍ନଟ ହେଲେ ୩୩୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୧୮୯ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୧୪୩ ରହିଛି। ସ୍ଥାନୀୟ କରୋନା ସଂକ୍ରମଣ ସମ୍ପର୍କରେ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୬୪୦୯୬୭୫ଟି କରୋନା ଟେଷ୍ଟ କରାଯାଇଥିବାବେଳେ ସେଥିମଧ୍ୟରୁ ୩୨୪୦୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ସୁଦ୍ଧା ରାଜ୍ୟରେ ୩୧୯୦୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ୩୧୫୬ଜଣ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି ଅନୁଗୁଳ ୩୫, ବାଲେଶ୍ବର ୧୧, ବରଗଡ଼ ୧୫, ଭଦ୍ରକ ୫, ବଲାଙ୍ଗିର ୧୦, କଟକ ୨୭, ଦେବଗଡ଼ ୨, ଦେବଗଡ଼ ୨, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୮, ଜଗତସିଂହପୁର ୯, ଯାଜପୁର ୯, ଝାରସୁଗୁଡ଼ା ୧୧, କଳାହାଣ୍ଡି ୭, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୧୦, ଖୋର୍ଦ୍ଧା ୨୯, କୋରାପୁଟ ୩, ମୟୂରଭଞ୍ଜ ୨୨, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡ଼ା ୧୧, ପୁରୀ ୨୧, ରାୟଗଡ଼ା ୩, ସମ୍ବଲପୁର ୧୧, ସୋନ୍‌ପୁର ୧, ସୁନ୍ଦରଗଡ଼ ୫୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories