www.samajalive.in
Wednesday, December 10, 2025
18.1 C
Bhubaneswar

ହସ୍ପିଟାଲରେ କରୋନା ସ୍ଥିତି ଗମ୍ଭୀର : ଶିଶୁଭବନକୁ ଡେଇଁଲା କରୋନା

କଟକ : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଏସସିବି ମେଡିକାଲ, ସିଟି ହସ୍ପିଟାଲ ପରେ ରବିବାର କରୋନା ସଂକ୍ରମଣ ଶିଶୁ ଭବନକୁ ଡେଇଁଛି। ରବିବାର ଶିଶୁଭବନରେ ଚିକିତ୍ସାଧୀନ ଜଣେ ଶିଶୁ ରୋଗୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାକୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଶିଶୁଙ୍କ ପିତାମାତା କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ସକାଶେ ଯାଇଥିବା ଜଣାପଡିଛି। ଶିଶୁଭବନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଶିଶୁଭବନ ସହିତ ଆଜି ଏସସିବି ମେଡିକାଲର ସ୍ନାୟୁଶଲ୍ୟ, ହୃଦରୋଗ ଏବଂ ଟ୍ରମା ୱାର୍ଡରୁ ୭ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସ୍ନାୟୁଶଲ୍ୟ ବିଭାଗରେ ସର୍ବାଧିକ ୪ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଟ୍ରମା କେୟାରରୁ ୨ଜଣ ଏବଂ ଜଣେ ହୃଦରୋଗ ବିଭାଗରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଇସୋଲେସନ ୱାର୍ଡରୁ ୪ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି। ଏତଦବ୍ୟତୀତ ଜଗତପୁରସ୍ଥିତ ସଦଗୁରୁ ହସ୍ପିଟାଲରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଠଗଡ ଏନଏସିରୁ ୨ଜଣ ଏବଂ ଆଠଗଡ ବ୍ଲକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚୌଦ୍ୱାରରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଡମ୍ବାରୁ ଜଣେ ଏବଂ ଜଗତପୁର ପୀର ବଜାରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୪ଦିନ ଧରି ସହର ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ରବିବାର ସେଥିରେ ରୋକ ଲାଗିଛି। ଆଜି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନଥିବା ସୂଚନା ମିଳିଛି। ସେହିପରି ହାଇକୋର୍ଟର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୧୧ଜଣ କର୍ମଚାରୀଙ୍କୁ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କଟକ ସହରରୁ ଗତକାଲି ସର୍ବାଧିକ ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାଳିସାହିରୁ ୧୩ଜଣ ଚିହ୍ନଟ ହୋଇଥିବାବେଳେ ମାଣିକଘୋଷ ବଜାରରୁ ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ସର୍ବାଧିକ ୩୮ଜଣ କର୍କଟରୋଗୀ କରୋନା ସଂକ୍ରମିତ ହୋଇଥିଲେ। ଏ ପର୍ଯ୍ୟନ୍ତ କର୍କଟ କେନ୍ଦ୍ରରୁ ୧୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। କର୍କଟ କେନ୍ଦ୍ର ସହିତ କଟକ ସହରର ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରାଣୀହାଟ ମାଳିସାହିରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ଆଜି ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରାଯିବା ସହିତ ବିଶୋଧନ କରାଯାଇଥିଲା। ସେହିପରି ହାଇକୋର୍ଟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଆଜି ହାଇକୋର୍ଟର ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯାଇଥିଲା। ମାଣିକଘୋଷ ବଜାର ଅଞ୍ଚଳରେ ସିଏମସି ପକ୍ଷରୁ ଡାକ୍ତର ଓ ଆଶାକର୍ମୀମାନେ ଘରକୁ ଘର ବୁଲି ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories