www.samajalive.in
Monday, December 8, 2025
20.1 C
Bhubaneswar

ସଂକ୍ରମଣରେ ଭାରତ ବିଶ୍ବରେ ତୃତୀୟ

ନୂଆଦିଲ୍ଲୀ : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭାରତରେ କ୍ରମାଗତ ଭାବେ ବଢିଚାଲିଛି। ୱାଲଡୋମିଟର ତଥ୍ୟ ଅନୁଯାୟୀ, ସଂକ୍ରମଣ କ୍ଷେତ୍ରରେ ଭାରତ କିଛିଦିନ ଚତୁର୍ଥ ସ୍ଥାନରେ ରହିବା ପରେ ରବିବାର ତୃତୀୟ ସ୍ଥାନକୁ ଉଠିଛି। ଅର୍ଥାତ୍‌ କରୋନା ସଂକ୍ରମଣରେ ବିଶ୍ବରେ ଭାରତ ଆଜି ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୱାଲଡୋ ମିଟର ତଥ୍ୟ ଅନୁଯାୟୀ, ୬,୯୫, ୩୯୬ରେ ପହଞ୍ଚିଛି। ଭାରତ ଉପରେ ଅର୍ଥାତ୍ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ (୧୫,୭୮,୩୭୬) ଓ ପ୍ରଥମ ସ୍ଥାନରେ ଆମେରିକା (୨୯,୫୫,୨୮୨) ରହିଛି। ଏହାଭିତରେ ଭାରତ ପାଇଁ ଆଶ୍ବାସନାର ବିଷୟ ହେଉଛି ଦେଶରେ ଆରୋଗ୍ୟ ହାର କ୍ରମାଗତ ଭାବେ ବଢିଚାଲିଛି ଓ ମୃତ୍ୟୁସଂଖ୍ୟାରେ ଭାରତ ବହୁତ ତଳେ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି)ର ସାମୂହିକ ଓ ପ୍ରଭାବଶାଳୀ ଉଦ୍ୟମ ସ୍ବରୂପ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ୨୧ଟି ରାଜ୍ୟ ଓ ୟୁଟିରେ ଆରୋଗ୍ୟ ହାର ରାଷ୍ଟ୍ରୀୟ ଆରୋଗ୍ୟ ହାର (୬୦.୭୭%)ଠାରୁ ଅଧିକ ରହିଛି। ଯଦ୍ଦ୍ବାରା ଇତିମଧ୍ୟରେ ଦେଶର ମୋଟ ଆରୋଗ୍ୟ ହାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରିପାରିଛି। ଯାହାକି ମହାମାରୀର ସଫଳ ମୁକାବିଲା ଓ ନିୟନ୍ତ୍ରଣ ଦିଗରେ ଏକ ଅନୁକୂଳ ସଙ୍କେତ। ରବିବାର ସୁଦ୍ଧା ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬.୯୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯,୨୬୮ରେ ପହଞ୍ଚିଛି। ଅନ୍ୟପଟେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ରବିବାର ରାତି ୧୧ଟା ସୁଦ୍ଧା ୪,୨୩, ୦୦୧ରେ ପହଞ୍ଚିଥିବାବେଳେ ୨,୫୨,୭୦୩ଟି ସକ୍ରିୟ ମାମଲା ରହିଛି।
କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୨୦ ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ସକାଳ ସୁଦ୍ଧା ୨୪,୮୫୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୬୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ଯାହାକି ଦିନକ ଭିତରେ ସର୍ବାଧିକ କରୋନା ଜନିତ ମୃତ୍ୟୁ। ଅନ୍ୟପଟେ ୧୪,୮୫୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଫଳରେ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ହାର ୬୦.୭୭ ଅତିକ୍ରମ କରିଛି। ଏହାଠାରୁ ଅଧିକ ଆରୋଗ୍ୟ ହାର ଥିବା ରାଜ୍ୟ ଓ ୟୁଟିଗୁଡିକ ମଧ୍ୟରେ ରହିଛି ଚଣ୍ଡିଗଡ଼(୮୫.୯%), ଲଦାଖ(୮୨.୨%), ଉତ୍ତରାଖଣ୍ଡ (୮୦.୯%), ଛତିଶଗଡ଼(୮୦.୬%), ରାଜସ୍ଥାନ (୮୦.୧%), ମିଜୋରାମ(୭୯.୩%), ତ୍ରିପୁରା(୭୭.୭%), ମଧ୍ୟପ୍ରଦେଶ(୭୬.୯%), ଝାଡ଼ଖଣ୍ଡ(୭୪.୩%) ବିହାର(୭୪.୨%), ହରିୟାଣା (୭୪.୧%), ଗୁଜରାଟ(୭୧.୯%), ପଞ୍ଜାବ(୭୦.୫%), ଦିଲ୍ଲୀ(୭୦.୨%), ମେଘାଳୟ(୬୯.୪%), ଓଡ଼ିଶା (୬୯.୦%), ଉତ୍ତର ପ୍ରଦେଶ (୬୮.୪%), ହିମାଚଳପ୍ରଦେଶ (୬୭.୩%), ପଶ୍ଚିମବଙ୍ଗ (୬୬.୭%), ଆସାମ(୬୨.୪%) ଏବଂ ଜାମ୍ମୁ କାଶ୍ମୀର (୬୨.୪%)। ଆଜି ପ୍ରାଣ ହରାଇଥିବା ୬୧୩ ଜଣ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରର ୨୯୫ ଜଣ, ଦିଲ୍ଲୀର ୮୧ ଜଣ, ତାମିଲନାଡୁର ୬୫, କର୍ଣ୍ଣାଟକର ୪୨, ଉତ୍ତରପ୍ରଦେଶର ୨୪, ଗୁଜରାଟର ୨୧, ପଶ୍ଚିମବଙ୍ଗର ୧୯, ଆନ୍ଧ୍ରପ୍ରଦେଶର ୧୨, ବିହାରର ୯, ଜାମ୍ମୁ କାଶ୍ମୀରର ୮, ରାଜସ୍ଥାନର ୭, ହରିୟାଣା, ମଧ୍ୟପ୍ରଦେଶ, ଓଡ଼ିଶା ପଞ୍ଜାବ ଓ ତେଲେଙ୍ଗାନାର ୫ ଜଣ ଲେଖାଏଁ, ଗୋଆ ଓ ଝାଡଖଣ୍ଡର ୨ ଜଣ ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଜଣେ ଅନ୍ତର୍ଭୁକ୍ତ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories