www.samajalive.in
Monday, December 8, 2025
14.1 C
Bhubaneswar

କରୋନା ବଦଳାଇଛି ଜୀବନଯାପନ ଶୈଳୀ, ଫେରିଛି ସାଇକେଲର ଯୁଗ

ସମ୍ବଲପୁର :  କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶକୁ ଲକ ଡାଉନ କରାଯାଇଛି। ଏଣୁ ଲୋକେ ଘରେ ରହୁଛନ୍ତି। ଯାନବାହାନ ଚଳାଚଳ ଉପରେ କଟକଣା ଜାରି ଓ ଅମାନିଆଙ୍କୁ ମୋଟା ଅଙ୍କର ଫାଇନ ସହିତ ସେମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଉଛି। ତେଣୁ ପୁରୁଣା ଦିନର ସାଥି ସାଇକେଲର ଚାହିଦା ବୃଦ୍ଧି ପାଇଛି। ଆଧୁନିକତାର ଚାକଚକ୍ୟରେ ହଜି ଯାଇ ସାଇକେଲ ଠାରୁ ମୁହଁ ମୋଡିଥିବା ଲୋକେ ଏବେ ପୁଣି ସାଇକେଲ ଉପରେ ଆଶା ଓ ଭରସା କରିଛନ୍ତି। ମାତ୍ର କିଛି ଦଶନ୍ଧି ପୂର୍ବରୁ ସାଇକେଲର ମାଲିକ ହେବା ସମ୍ମାନର ବିଷୟ ଥିଲା। ସେହି ପରି ବିବାହ ସମୟରେ ଜ୍ୱାଇଁଙ୍କୁ ସାଇକେଲ ଉପହାରରେ ମଧ୍ୟ ଦେଉଥିଲେ। ପରେ ସାଇକେଲର ଦ୍ରୃତ ଚାହିଦା ଯୋଗୁଁ ଏହା ଘରେ ଘରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିବା ଆରମ୍ଭ କରିଥିଲେ।

କିନ୍ତୁ ଯୁଗ ବଦଳିବା ସହିତ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଓ ଲୋକେ ସୁବିଧାବାଦୀ ହୋଇ ସାଇକେଲକୁ ଛାଡି ମୋଟର ଚାଳିତ ଯାନ ଉପରେ ନିର୍ଭରଶୀଳ ହୋଇଛନ୍ତି। ଯାହା ଫଳରେ କାଁ ଭାଁ ସାଇକେଲ ଆରୋହୀ ଦେଖାଯାଉଥିଲେ। କିନ୍ତୁ କରୋନା ପ୍ରଭାବରେ ଏବେ ଯାନବାହାନ ଉପରେ କଟକଣା ଲଗାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଯାତାୟାତ କରିବା ପାଇଁ ସାଇକେଲ ପୁର୍ନବାର ପ୍ରମୁଖ ବିକଳ୍ପ ଭାବରେ ଉଭା ହୋଇଛି। ଲୋକେ ଆବଶ୍ୟକତା ଅନୁଯାୟୀ ସାଇକେଲରେ ଯିବା ଆସିବା କରୁଥିବାର ଦେଖାଯାଉଛି। ସକାଳୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସାଇକେଲରେ ବଜାରକୁ ଯାଉଛନ୍ତି। ଏହା ଦ୍ୱାରା ଏବେ ଯାନବାହାନର ଉତ୍କଟ ଶବ୍ଦ, ଧୂଳି, ଧୂଆଁର ଆସର କମିଥିବାରୁ ପ୍ରଦୂଷଣ ବହୁ ମାତ୍ରାରେ କମିଯାଇଥିବାରୁ ଜନତାଙ୍କ ସହିତ ପରିବେଶବିତ ମାନେ ଖୁସି ବ୍ୟକ୍ତି କରୁଛନ୍ତି। ସାଇକେଲ ଚଳାଇବା ଦ୍ୱାରା ଶାରିରୀକ ପରିଶ୍ରମ ହେଉଥିବାରୁ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହୁଥିବାର ପୁର୍ନବାର ସାଇକେଲର ବ୍ୟବହାର କରୁଥିବା ବ୍ୟକ୍ତି ମାନେ ମତ ଦେଉଛନ୍ତି।

- Advertisement -

ଏବେ ଲକ ଡାଉନରେ କିଛିଟା କୋହଳ ମିଳିବାରୁ ଆର୍ଥିକ ଦୁରାବସ୍ଥାରେ ଗତି କରୁଥିବା ସାଇକେଲ ମେକାନିକ ମାନେ ଦୁଇ ପଇସା ରୋଜଗାର କରିପାରୁଛନ୍ତି। କରୋନାର ପ୍ରଭାବରେ ସାଇକେଲ ରାସ୍ତାରୁ ହଜି ଯାଇଥିବା ବେଳେ ପୁଣି ସାଇକେଲ ଘଣ୍ଟି ଶବ୍ଦ ସେହି ପୁରୁଣା ସ୍ମୃତିକୁ ତାଜା କରିଦେଉଛି। କ୍ଷମତା, ପଦ, ଧନ ଆଦିର ଅହଙ୍କାରରେ ଅତ୍ୟନ୍ତ ସ୍ୱାର୍ଥପର ହୋଇଯାଇଥିବା ମନୁଷ୍ୟର ଗର୍ବକୁ କରୋନା ଭୂତାଣୁର ମାଡ ଚୁରମାର କରିଦେଇଛି। ଏଣୁ ଉପାୟ ଶୂନ୍ୟ ମନୁଷ୍ୟ ବିକଟ ପରିସ୍ଥିତିରେ ପଡି ପୁର୍ନବାର ସେହି ପୁରାତନ ଜୀବନଯାପନ ଶୈଳୀକୁ ପ୍ରତ୍ୟାବର୍ତ୍ତନ, ଯୁଗ ପରିବର୍ତ୍ତନର ନମୁନା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories