www.samajalive.in
Saturday, December 6, 2025
26.1 C
Bhubaneswar

ଥଣ୍ଡା, ଜ୍ଵର ହୋଇଥିଲେ- କେମିତି ଜାଣିବେ ‘କରୋନା’ ମୁକ୍ତ, ଘରେ ବସି ନିଜେ କରାନ୍ତୁ ନିଜ ପରୀକ୍ଷା

ସମାଜ ପୋର୍ଟାଲ ଡେସ୍କ: ମହାମାରୀ ‘କରୋନା’ ଭୂତାଣୁକୁ ନେଇ ସାରା ବିଶ୍ଵ ଚିନ୍ତିତ। ଚୀନରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଏବେ ୧୬୮ରୁ ଅଧିକ ଦେଶରେ ଆତଙ୍କ ଖେଳାଇଛି। ଭାରତରେ ବି ୧୨୬ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୩ ଜଣଙ୍କ ଜୀବନ ଗଲାଣି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଲୋକେ ଆତଙ୍କିତ ହେବା ସାଧାରଣ କଥା। କିନ୍ତୁ ପରିସ୍ଥିତି ଏପରି ହେଲାଣି କାହାକୁ ସାମାନ୍ୟ ଥଣ୍ଡାଜ୍ଵର ହେଲେ ବି ସେ ଏବଂ ତାଙ୍କ ଚାରିପାଖେ ଥିବା ଲୋକେ ଭୟଭୀତ ହୋଇପଡୁଛନ୍ତି। କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ କି ଲକ୍ଷଣ ଦେଖାଦିଏ ତାହା ବି ଜାଣିବାକୁ ଚେଷ୍ଟା କରୁନାହାନ୍ତି। ତେବେ ଏମିତି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ସର୍ବୋତ୍ତମ। ନଚେତ୍‌ ଏକ ସରଳ ଉପାୟ ରହିଛି, ଯାହାଦ୍ବାରା ଜଣେ ସାଧାରଣ ବ୍ୟକ୍ତି ‘କରୋନା’ ମୁକ୍ତ ଅଛନ୍ତି କି ନାହିଁ ସହଜରେ ଜାଣି ହେବ। ଥାଇଲାଣ୍ଡର ଜଣେ ଡାକ୍ତର ଏହାର ସରଳ ଉପାୟ ବତାଇଛନ୍ତି।

ସମ୍ପୃକ୍ତ ଡାକ୍ତରଙ୍କ କହିବା ଅନୁସାରେ, ‘କରୋନା’ର ପ୍ରଭାବ ଆମ ଶରୀରର ଶ୍ଵାସକ୍ରିୟା ଉପରେ ପଡ଼ିଥାଏ। କରୋନା ଆକ୍ରାନ୍ତଙ୍କଠାରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା। ତେଣୁ ଯେକେହି ନିଜର ଶ୍ଵାସକ୍ରିୟା ଠିକ୍‌ ଅଛି କି ନାହିଁ ତାହାର ପରୀକ୍ଷା ଘରେ ବସି କରିପାରିବେ। ଏହି ଡାକ୍ତରଙ୍କ ମତ ଅନୁଯାୟୀ, ପ୍ରଥମେ ଦୀର୍ଘ ନିଃଶ୍ଵାସ ନିଅନ୍ତୁ, ପରେ ନିଃଶ୍ଵାସକୁ ୧୦/୧୨ ସେକେଣ୍ଡ ରୋକନ୍ତୁ। ଏହି ସମୟରେ ଯଦି କଷ୍ଟ ଅନୁଭବ ହୁଏ ଅଥବା କାଶ ହୁଏ କିମ୍ବା ଫୁସଫୁସରେ ଯନ୍ତ୍ରଣା ଅନୁଭବ ହୁଏ, ତେବେ ତାହା ହେଉଛି କରୋନାର ଲକ୍ଷଣ। ଯଦି ଏଭଳି କୌଣସି ସମସ୍ୟା ହେଉନାହିଁ, ତେବେ ସମ୍ପୃକ୍ତ ବ୍ୟକ୍ତି କରୋନା ମୁକ୍ତ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories