www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ସୁସ୍ଥ ହେଲେଣି ୫୬ ଜଣ, ଅନୁପାତ ୩୫%ରୁ ଅଧିକ

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇଛନ୍ତି । ଏକଦା ଖୋର୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଠାବ ହୋଇଥିବାବେଳେ ଏବେ ସୁସ୍ଥ ହେବା ରୋଗୀ ସଂଖ୍ୟା ମଧ୍ୟରେ ସର୍ବାଧିକ ଖୋର୍ଧା ଜିଲାରୁ ହୋଇଥିବା ସୂଚନା ମିଳିଛି । ମେ ୩ ତାରିଖ ଅପରାହ୍ନ ସୁଦ୍ଧା ଆଜି ଦିନରେ ୪ଟି ଜିଲାରେ ୫ ସଂକ୍ରମିତଙ୍କୁ ଠାବ କରାଯାଇଛି । ଏମାନଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲାର ହୋଇଥିବାବେଳେ ଜରେ କେନ୍ଦୁଝରର, ଜଣେ ବାଲେଶ୍ବର ଜିଲାର ଓ ଜଣେ ଝାରସୁଗୁଡ଼ା ଜିଲା ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ କେନ୍ଦୁଝର ଜିଲାରେ ରୋଗୀ ସଂଖ୍ୟା ୨ ହୋଇଛି । ପୂର୍ବରୁ ଏହି ଜିଲାରେ ଜଣେ ମହିଳା ସଂକ୍ରମିତ ଥିବା ଜଣାପଡ଼ିଛି ।  ଅନ୍ୟପକ୍ଷରେ ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ବାଲେଶ୍ବର ଜିଲାରେ ମୋଟ ରୋଗୀ ସଂଖ୍ୟା ୨୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅନ୍ୟ ୧୮ ସକ୍ରିୟ ରୋଗୀ ବିଭିନ୍ନ ଡ଼ାକ୍ତରଡ଼ାନାରେ ଚିକିତ୍ସିତ ହେଉଛନ୍ତି ।

- Advertisement -

ସେହିପରି ଆଜି ସକାଳୁ ଝାରସୁଗୁଡ଼ାରୁ ଜଣେ ଓ ଗଞ୍ଜାମରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଝାରସୁଗୁଡ଼ାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ମାମଲା ଜଣେ ୪୦ ବର୍ଷୀୟା ମହିଳା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣକ ପୂର୍ବ ମାମଲା ସଂସ୍ପର୍ଶରେ ଆସିଥିଲେ । ସେହିପରି ଗଞ୍ଜାମରୁ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ଥିବା ବେଳେ ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ । ତେବେ ଏମାନେ ନିକଟ ଅତୀତରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେନେଇ ଟ୍ରେସିଂ କରାଯାଉଛି । ଗ୍ରୀନ ଜୋନରେ ରହିଆସିଥିବା ଗଞ୍ଜାମରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବେ ଚିନ୍ତା ବଢ଼ାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories