www.samajalive.in
Friday, December 12, 2025
19.1 C
Bhubaneswar

ଦେଶର ୨୨ ଜିଲାରେ ୧୪ ଦିନରେ ଆସିନି କରୋନା କେସ : ଓଡିଶାର ୨ ଜିଲା ସାମିଲ

ନୂଆଦିଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସରକାରଙ୍କ କଡା ପଦକ୍ଷେପ ଯୋଗୁ କିଛି ଅଂଚଳରେ ଏହା ହ୍ରାସ ପାଇବାରେ ଲାଗିଛି। ଦେଶର ୧୨ଟି ରାଜ୍ୟର ୨୨ଟି ଜିଲାରେ କରୋନା ସ୍ଥିତିରେ ସୁଧାର ଆସିଛି। ଗତ ୧୪ ଦିନ ମଧ୍ୟରେ ଗୋଟିଏ ବି କରୋନା କେସ ଆସି ନଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ଏହି ୨୨ଟି ଜିଲା ମଧ୍ୟରୁ ଓଡିଶାର ଦୁଇଟି ଜିଲା ରହିଛି। ସେ ଦୁଇଟି ହେଲା ଭଦ୍ରକ ଓ ପୁରୀ ଜିଲା। ଏହି ସବୁ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧ କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ ସିଲ କରାଯାଇଥିଲା। ସେ ଅଂଚଳକୁ ବିଶୋଧନ କରାଯିବା ସହ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଂଚ କରିଥିଲେ। ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଯୋଗୁ ପରବର୍ତ୍ତୀ ସମୟରେ କୌଣସି ରୋଗୀ ଚିହ୍ନଟ ହୋଇ ନଥିବା କୁହାଯାଇଛି। କରୋନା ସଂକ୍ରମଣ କେସ ଆସିବା ପରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଲକଡାଉନ ହେଉ ଅବା ସନ୍ଦେହରେ ଥିବା ଲୋକଙ୍କୁ ସଂଗରୋଧ, ଏସବୁ କ୍ଷେତ୍ରରେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିଥିବାରୁ ଏହାର ପ୍ରଭାବ ଦେଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସୂଚନାରୁ ସ୍ପଷ୍ଟ ହୋଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories