www.samajalive.in
Saturday, December 6, 2025
26.1 C
Bhubaneswar

ଲାୟନ୍ସ କ୍ଲବ ପକ୍ଷରୁ କରୋନା ସଚେତନତା

ବରପାଲି : ବରପାଲିରେ ଚଳିତ ପୂଜାପାର୍ବଣ ଅବସରରେ ଲୋକଙ୍କ ଗହଳି ଚହଳି ଓ କରୋନାର ମାହାମାରୀ କଟକଣା ପାଇଁ  ଲାୟନ୍ସ କ୍ଲବ ପକ୍ଷରୁ ମାକ୍ସ ବ୍ୟବହାର ଓ ସାମାଜିକ ଦୁରତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା ଦେଖାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ସହ ବିଭିନ୍ନ କାର୍ଯ୍ୟରେ ଗ୍ରାମାଞ୍ଚଳଠୁ ନେଇ ସହରବାସୀଙ୍କ ଯାତାୟତ ବୃଦ୍ଧିପାଉଥିବା ଦେଖାଯାଇଥିଲା। ହେଲେ ବହୁ ଲୋକ ମାକ୍ସର ବ୍ୟବହାର କିମ୍ବା ସାମାଜିକ ଦୁରତ୍ୱକୁ ଅଣଦେଖା କରୁଥିବାରୁ ଲାୟନ୍ସ କ୍ଲବ ସଭାପତି ସୁରେନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ସଂପାଦକ ହରିଶ ଅଗ୍ରୱାଲା, ଅନିଲ ଅଗ୍ରୱାଲା, ଉଦ୍ଧବ ସାହୁ, ଦେବେନ୍ଦ୍ର ବାରିକ, ବିଶ୍ୱ ପାଣିଗ୍ରାହୀ ପ୍ରମୁଖ ସଚେତନତା ଦିଗରେ ସାମିଲ ହୋଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ବାଗ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଉପୁଜୁଥିବା ପରିସ୍ଥିତକୁ କିଛିଟା ଆୟତ୍ତ କରିବା ନିମନ୍ତେ ସ୍ଥାନୀୟ ମାହାତ୍ମାଗାନ୍ଧି ଛକ ସମ୍ମୁଖରେ ଯାତାୟତ ଲୋକଙ୍କୁ ମାକ୍ସ ବିତରଣ ସହ ସଚେତନ କରିଥିଲେ। ସେହିପରି ଆଗାମୀ ଦିନରେ ସ୍ଥାନୀୟ ଡ଼ାକ୍ତରଖାନାରେ ରୋଗୀସେବା ପାଇଁ ଦୁଇଟି ଅକ୍ସିଜେନ ସିଲିଣ୍ଡର ଓ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା ନିମନ୍ତେ ଗୋଟିଏ ସେନିଟାଇଜର ମେସିନ ପ୍ରଦାନ କାରାଯିବାର ଯୋଜନା ରଖାଯାଇଥିବା ସଭାପତି ହୋତା ପ୍ରକାଶ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories