www.samajalive.in
Sunday, December 7, 2025
14.1 C
Bhubaneswar

ସହରରେ ଶହେ ସକ୍ରିୟ, ସ୍ୱାସ୍ଥ୍ୟ ବିଭାଗ ତତ୍ପର

ଟିଟିଲାଗଡ଼ : ଟିଟିଲାଗଡ ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଅଦ୍ୟାବଧି ୨୪୧୯ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୫୯୭ ଜଣ ସଂକ୍ରମିତ ହୋଇଛନ୍ତି। ପ୍ରାୟ ଶହେ ଜଣ ସକ୍ରିୟ କେସ ରହିଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଛନ୍ତି। ଉପଖଣ୍ଡ ଅଞ୍ଚଳର ୬୬ ଜଣ ସଂକ୍ରମିତ ଟିଟିଲାଗଡ କୋଭିଡ କେୟାର ସେଣ୍ଟରରେ ଭର୍ତି ହୋଇ ଚିକିତ୍ସିତ ହୋଇଛନ୍ତି। ଆଜି ଗ୍ରାମାଞ୍ଚଳର ଏକ ପରିବାରର ୪ ଜଣ ସଂକ୍ରମିତ ହେବା ନେଇ ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯାଇଛି। ଗତ ଦୁଇ ଦିନ ହେଲା ପ୍ରତ୍ୟେହ ୮ଟି କେସ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଘରକୁ ଘର ବୁଲୁଛନ୍ତି। ଖୋଦ ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରୁଛନ୍ତି। ସ୍ଥିତି ପ୍ରତି କଡା ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଡା. ପାଳ କହିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories