www.samajalive.in
Thursday, December 11, 2025
27.1 C
Bhubaneswar

ବିଗୁଡ଼ୁଛି ବଡ଼ମ୍ବା ବ୍ଲକରେ କରୋନା ସଂକ୍ରମଣ ସ୍ଥିତି

ବଡ଼ମ୍ବା : ଅନଲକ୍ -୪ ପରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି। ଗ୍ରାମାଞ୍ଚଳରେ ହେଉ କି ସହରାଞ୍ଚଳରେ ଯେଉଁଠି ବି ଗୋଟିଏ ପ୍ୟାଚରେ ଅବା ପଡ଼ାରେ ସ୍ୱେଛାକୃତ କୋଭିଡ୍ ଟେଷ୍ଟ କରାଯାଉଛି ସେଠି ନିଶ୍ଚିତଭାବେ ଏକାଧିକ ଅର୍ଥାତ୍ ଆଶାତିତ ଭାବେ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖାଯାଉଛି। ଏପରିକି ଲକ୍ଷଣଯୁକ୍ତଙ୍କଠୁ ଲକ୍ଷଣବିହିନ ସଂକ୍ରମିତଙ୍କ ସଂଖ୍ୟା ଏବେ ଅଧିକରୁ ଅଧିକ ହେଉଥିବା ପରୀକ୍ଷା ସମୟରେ ଦେଖାଯିବାନେଇ ସ୍ଥିତି ବେଳକୁ ବେଳ ଚିନ୍ତାଜନକ ହେଉଥିବା ଡାକ୍ତର କହୁଛନ୍ତି। ଇତିମଧ୍ୟରେ ସ୍ୱାବ ଟେଷ୍ଟ ସହିତ ଅଧିକମାତ୍ରାରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉଛି। ଫଳସ୍ୱରୁପ ଅଧିକମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଥିବା ଏବଂ ସେମାନେ ଆବଶ୍ୟକ ଚିକିତ୍ସା ସେବା ଓ ପରାମର୍ଶ ପାଇପାରୁଥିବା ଦେଖାଯାଉଛି।

ଅପରପକ୍ଷରେ ଏଭଳି ପକ୍ରିୟାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ କେତକ କ୍ଷେତ୍ରବିଶେଷରେ ଏବେ ଜନସାଧାରଣ ଏହାକୁ ବିଶ୍ୱାସକୁ ନେଉନଥିବା ଅନ୍ୟତମ ବିଡ଼ମ୍ବନା ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଫଳରେ ଲୁଚାଛପା ଏବଂ ଅଜାଣତ ସଂଷ୍ପର୍ଷ କାରଣରୁ ଭୂତାଣୁ ସଂକ୍ରମଣ ଏବେ ବ୍ୟାପକ ରୁପନେଇ ଗୋଷ୍ଠି ସଂକ୍ରମଣ ଆଡ଼କୁ ଗତି କରୁଥିବା ସ୍ୱାସ୍ଥ୍ୟବିଭାଗ ସନ୍ଦେହ ପ୍ରକାଶ କରୁଛି। ସେପଟେ ଆଉ ପୂର୍ବପରି ପ୍ରଶାସନ ସ୍ତରରେ କୋଭିଡ ପରିଚାଳନା ହେଉନଥିବା ଦେଖାଯାଉଛି। ଯେଉଁଠାରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସଂପୃକ୍ତ ସ୍ଥାନରେ ସଟଡାଉନ୍ କି କଣ୍ଟେନମେଣ୍ଟ ଜୋନ୍ ଆଉ ପ୍ରାୟତଃ କରାଯାଉନଥିବା ବେଳେ ସାମାନ୍ୟ ସାନିଟାଇଜେସନ ଅର୍ଥାତ୍ ବିଶୋଧନ କାର୍ଯ୍ୟ ମଧ୍ୟ ଆଉ କରାଯାଉନଥିବା ନେଇ ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଏହି ରୋଗ ନିୟନ୍ତ୍ରଣ ନେଇ ସ୍ଥଳବିଶେଷରେ ଚିନ୍ତାପ୍ରକାଶ କରାଯାଉନଥିବାରୁ ଏବେ ପରିସ୍ଥିତି ନିତନ୍ତ୍ରଣ ବାହାରକୁ ଯାଉଥିବା ଏବଂ ଏନେଇ ଡାକ୍ତରଙ୍କ ମହଲରେ ଚିନ୍ତା ବଢିବା ସହିତ ସଚେତନ ନାଗରିକ ମହଲରେ ମଧ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ପ୍ରାପ୍ତ ସୂଚନାନୁଯାଇ ଏବେସୁଦ୍ଧା ବଡ଼ମ୍ବା ବ୍ଲକର ବିଭିନ୍ନ ଅଞ୍ଚଳରୁ ୪ଶହ ପାଖପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୮୭ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ରୋଗରେ ଆକ୍ରାନ୍ତ ହୋଇ କେତେ ଜୀବନ ହାରିଲେଣି ସେନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ କି ପ୍ରଶାସନ ପାଖରେ କୌଣସି ନିର୍ଦ୍ଧଷ୍ଟ ସୂଚନା ନଥିବା ଅନ୍ୟତମ ପରିତାପର ବିଷୟ। ତେବେ ଅସମର୍ଥିତ ସୂତ୍ର ମୁତାବକ ବଡ଼ମ୍ବା, ବେଲିଆପାଳ, ଇନ୍ଦ୍ରାଙ୍ଗ, ରଗଡ଼ିପଡ଼ା, ଗୋପପୁର ଆଦି ବ୍ଲକର ଅନ୍ୟ ଅଞ୍ଚଳକୁ ମିଶାଇ ଇତିମଧ୍ୟରେ ଏହି ମହାମାରୀରେ ପ୍ରାୟ ୬ଜଣଙ୍କ ଜୀବନ ଯାଇଥିବା ଅନୁସଂଧାନରୁ ଜଣାଯାଇଛି। ପ୍ରଶ୍ନ ଉଠୁଛି ସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବା ତଥା ବେଳଥାଉଁ ଲୋକଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିବାନେଇ ରାଜ୍ୟ ତଥା କେନ୍ଦ୍ର ସରକାର ସମସ୍ତ ବିକଳ୍ପ ଆପଣାଉଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଅଧିକ ତଦନ୍ତ ସାପେକ୍ଷ ମନେକରାଯାଉଛି। ସ୍ୱାସ୍ଥ୍ୟ ବିଭାଗ,ପୁଲିସ,ପ୍ରଶାସନ ସମନ୍ୱୟ ଭିତ୍ତିରେ ଲୋକଙ୍କ ସହଯୋଗ ଏବଂ ଅଧିକ ସଚେତନତାକୁ ଗୁରୁତ୍ୱ ନଦେଲେ ପରିସ୍ଥିତି ସଙ୍ଗୀନ ହେବା ଆଶଂକାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚିକିତ୍ସା ବିଭାଗ ତଥା ବୁଦ୍ଧିଜୀବୀ ମହଲରେ ବିବେଚନା କରାଯାଉଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories