www.samajalive.in
Monday, December 8, 2025
24.1 C
Bhubaneswar

ମାନବ ସମାଜ ପାଇଁ ଘାତକ ସାଜିବ କରୋନା ଭୂତାଣୁ ଆକୃତି ପରିବର୍ତ୍ତନ

ୱାସିଂଟନ୍‍: କରୋନା ସଂକ୍ରମଣ ରୋକିବା ଏବଂ ଏହାର ସଫଳ ଚିକିତ୍ସା କିଭଳି କରାଯାଇପାରିବ ସେଥିପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଗବେଷଣା ଓ ଅଧ୍ୟୟନ ଜାରି ରଖିଛନ୍ତି। ଏବେ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣମାନ ବୈଜ୍ଞାନିକମାନେ ବାହାର କରୁଛନ୍ତି। ପ୍ରତିଦିନ କରୋନା ଭୂତାଣୁ ଆକୃତି ପରିବର୍ତ୍ତନ ଦ୍ୱାରା ସଂକ୍ରମଣ ହାର ବୃଦ୍ଧି ପାଉଛି ଏବଂ ସାରା ବିଶ୍ୱରେ ଏଥିରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ପରିଲକ୍ଷିତ ହେଉଛି। ଆଗାମୀ ଦିନରେ କରୋନା ଭୂତାଣୁ ଆକୃତି ପରିବର୍ତ୍ତନ ମାନବ ସମାଜ ପାଇଁ ଘାତକ ସାଜିବ ବୋଲି ଆମେରିକାର ଫ୍ଲୋରିଡାସ୍ଥିତ ସ୍କ୍ରିପ୍‍ସ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ ବୈଜ୍ଞାନିକମାନେ କହିଛନ୍ତି।
ଆମେରିକା ଓ ୟୁରୋପ୍‍ରେ କରୋନା ଭୂତାଣୁ ସଂକ୍ରମଣ ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ସାର୍‍ସ କରୋନାଭାଇରସ୍‍ ୨ରେ ଏକ ଟିନି ଜିନେଟିକ୍‍ ମ୍ୟୁଟେସନ୍‍ ଦେଖାଦେଉଥିବାରୁ ତାହା ମାନବ ଶରୀର ସେଲ୍‍କୁ ସଂକ୍ରମଣ କରିଥାଏ। କରୋନା ଭୂତାଣୁ ସହିତ ମ୍ୟୁଟେସନ୍‍ ଦେଖାଦେଲେ ରୋଗୀ ଅଧିକ ଗୁରୁତ ହୋଇଯାଇଥାଏ। ଶରୀରରେ ମ୍ୟୁଟେସନ୍‍ ପରିଲକ୍ଷିତ ହେଉଥିଲେ ଭୂତାଣୁ ଅଧିକ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥାଏ। ଫଳରେ ଏହି ଭୂତାଣୁ ବହୁ ଲୋକଙ୍କୁ ଆକ୍ରାନ୍ତ କରିବା ସହିତ ମହାମାରୀ ବ୍ୟାପିଥାଏ। ଯାହାଙ୍କ ଶରୀରରେ କମ୍‍ ସମୟରେ ଅଧିକ କ୍ଷତି ହୋଇଥାଏ ସେମାନଙ୍କଠାରେ ଏହି ଭୂତାଣୁ ନିଜ ପ୍ରଭାବ ବିସ୍ତାର କରିଥାଏ। ଏବେ କରୋନା ଭୂତାଣୁ ଆକୃତି ପରିବର୍ତ୍ତନ କରିଦେଇଛି। ଏହାଦ୍ୱାରା କରୋନା ଭୂତାଣୁ ସହ ମ୍ୟୁଟେସନ୍‍ ରହୁଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି ଏବଂ ସେହି ଅନୁପାତରେ ମୃତ୍ୟୁହାର ମଧ୍ୟ ବଢୁଛି ବୋଲି ସ୍କ୍ରିପ୍‍ସ ରିସର୍ଚ୍ଚ ଭାଇରୋଲୋଜିଷ୍ଟ ହାଇରେୟୁନ୍‍ ଚୋଇ ପ୍ରକାଶ କରିଛନ୍ତି।
ଭୂତାଣୁ ପରୀକ୍ଷଣ ସମୟରେ ମ୍ୟୁଟେସନ୍‍ ପ୍ରଭାବରୁ ଅନେକ ସ୍ପାଇକ୍‍ ସୃଷ୍ଟି ହୋଇଥାଏ। କରୋନା ଭୂତାଣୁ ସହ ମ୍ୟୁଟେସନ୍‍ ଦେଖାଦେଇଥିବା ରୋଗୀଙ୍କଠାରେ ୪ କିମ୍ବା ୫ରୁ ଅଧିକ ସ୍ପାଇକ୍‍ ଦେଖାଦେଇଥାଏ। ଯାହା ଜରିଆରେ ମାନବ ଶରୀରକୁ କରୋନା ଭୂତାଣୁ କ୍ଷତି ପହଞ୍ଚାଇବା ସହଜ ହୋଇଥାଏ ବୋଲି ସେ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories