www.samajalive.in
Tuesday, December 9, 2025
16.1 C
Bhubaneswar

ଧନିଆ ପତ୍ର ଦ୍ୱାରା ବଢାନ୍ତୁ ମୁହଁର ସୌନ୍ଦର୍ଯ୍ୟ

ସାଧାରଣତଃ ଆମେ ଧନିଆ ପତ୍ରକୁ ଖାଦ୍ୟରେ ବ୍ୟବହାର କରିଥାଉ। ଧନିଆ ପତ୍ର ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଏହାକୁ ଆକର୍ଷଣୀୟ କରିଥାଏ। ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ହେଲେ କ’ଣ ଆପଣ ଜାଣନ୍ତି ଧନିଆ ପତ୍ର ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ? ଏହା ମୁହଁକୁ ସତେଜ ରଖିବା ସହ ଏହା ବ୍ରଣ ଓ ବୟସଜନିତ ପ୍ରଭାବରୁ ମଧ୍ୟ ସୁରକ୍ଷା ଦିଏ।
ଆସନ୍ତୁ ଜାଣିବା, ଧନିଆ ପତ୍ର କିପରି ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି କରେ ଏବଂ ଆପଣ କିପରି ଏହାର ବ୍ୟବହାର କରିବେ।
ମୁଖକୁ ସୁରକ୍ଷା ଦେଇଥାଏ :
ଅଧା ଚାମଚ ଧନିଆ ପେଷ୍ଟ୍ରେ ଏଲୋଭେରା ଜେଲ୍କୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର କୁଞ୍ଚିତପଣ ଦୂର ହେବ ଏବଂ ବୟସ ପୂର୍ବରୁ ଆପଣଙ୍କ ମୁହଁ ବୟସ୍କ ପରି ଦେଖାଯିବ ନାହିଁ।
ବ୍ରଣରୁ ରକ୍ଷା କରେ :
ଧନିଆ ପେଷ୍ଟ୍ରେ ଅଳ୍ପ କିଛି ବୁନ୍ଦା ଲେମ୍ୱୁ ରସ ମିଶାଇ, ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁରେ ବ୍ରଣ ହୋଇ ନଥାଏ।
ମୁହଁକୁ ଉଜ୍ୱଳ କରେ :
ଧନିଆ ପେଷ୍ଟ୍ରେ ଲେମ୍ୱୁ ରସ ସହ ମହୁ ମିଶାଇ ଲଗାଇଲେ, ମୁହଁ ଉଜ୍ଜଳ ଦେଖାଯାଇଥାଏ। ଏହି ପେଷ୍ଟ୍କୁ ଲଗାଇବାର ୧୫ରୁ ୨୦ ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ।
ମୁହଁରେ ଥକ୍କାପଣର ପ୍ରଭାବ ଦୂର କରେ:
ଦିନସାରା କାମ କରିବା ପରେ ଶରୀରରେ ଥକ୍କାପଣର ପ୍ରଭାବ ଯୋଗୁଁ ମୁହଁର ଉଜ୍ୱଳତା କମି ଯାଇଥାଏ। କିଛି ଧନିଆ ପତ୍ର ଆଇସ୍ କ୍ୟୁବ୍ରେ ରଖନ୍ତୁ। ଏହାପରେ ଏହି କ୍ୟୁବ୍କୁ ହାଲ୍କା ଭାବେ ମୁହଁରେ ମସାଜ୍ କରନ୍ତୁ। ଏହାଦ୍ୱାରା ମୁହଁ ପୁଣି ସତେଜ ହୋଇ ଉଠିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories