ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ନିଜର କାୟା ବିସ୍ତାର କରି ଚାଲିଛି। ଗତକାଲି ତୁଳନାରେ ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି। ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର ୧୪୭ ନୂଆ କରୋନା ସ୍ରଂକମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୯୯,୨୫,୬୦୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩,୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୧୮,୯୫୯ରେ ପହଞ୍ଚିଛି। ଦିନକରେ ୩,୦୦,୭୩୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୬,୨୯,୩୦୦୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୪,୧୩,୬୪୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ନୂଆ କରୋନା ସ୍ରଂକମିତ ଚିହ୍ନଟ ; ୩,୪୧୭ ମୃତ
Popular Categories



