www.samajalive.in
Saturday, December 6, 2025
19.1 C
Bhubaneswar

ହସ୍ତ ଆଙ୍ଗୁଠୀରେ ତମ୍ବା ମୁଦି ଧାରଣ କରିବାର କାରଣ

ଜ୍ୟୋତିଷଶାସ୍ତ୍ରରେ ନବ ଗ୍ରହ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ପ୍ରତି ଗ୍ରହର ସମ୍ବନ୍ଧ ଯେକୌଣସି ଧାତୁ ସହ ରହିଛି ବୋଲି କୁହାଯାଇଛି। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା କୁହାଯାଇଥିବା ବେଳେ ଧାତୁରେ ତମ୍ବାକୁ ରାଜା କୁହାଯାଇଛି। ହିନ୍ଦୁ ମାନ୍ୟତା ଅନୁଯାୟୀ, ସୁନା, ଚାନ୍ଦି ଓ ତମ୍ବା ଇତ୍ୟାଦି ଗୋଟିଏ ଗୋଟିଏ ଧାତୁ ଅଟେ। ତମ୍ବା ଏପରି ଏକ ଧାତୁ ଯାହାର ସମ୍ବନ୍ଧ ଉଭୟ ଜ୍ୟୋତିଷ ଓ ବିଜ୍ଞାନ ସହ ରହିଛି। କୁହାଯାଇଛି ଯେ, ତମ୍ବା ଧାରଣ କରିବା ଦ୍ବାରା ଶରୀର ଅନେକ ରୋଗ ଠାରୁ ମୁକ୍ତି ପାଇଥାଏ। ଏଥିରେ ଥିବା ତତ୍ତ୍ବ ଶରୀରରେ ଜୀବାଣୁ ଓ କୀଟାଣୁକୁ ନଷ୍ଟ କରିଥାଏ।

ତମ୍ବାର ମୁଦିକୁ ସର୍ବଦା ଅନାମିକା ଆଙ୍ଗୁଠୀରେ ପିନ୍ଧିବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଆଙ୍ଗୁଠୀ​‌ରେ ତମ୍ବା ଧାରଣ କରିବା ଦ୍ବାରା ସୂର୍ଯ୍ୟଙ୍କର ସମସ୍ତ ଦୋଷ ନାଶ ହୋଇଥାଏ।

- Advertisement -

ସମସ୍ତ ବାସ୍ତୁ ଅନୁସାରେ, ତମ୍ବା ମୁଦି ଧାରଣ କରିବା ଅତ୍ୟନ୍ତ ଶୁଭପ୍ରଦ ଅଟେ। ଏହାଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଏହାସହ ନଖ ଓ ମୁହଁ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।

କୌଣସି ବ୍ୟକ୍ତିଙ୍କ ଉପରେ ଯଦି ମଙ୍ଗଳଙ୍କ କ୍ରୁର ଦୃଷ୍ଟି ରହିଥିବ ତେବେ ସେମାନେ ତମ୍ବା ମୁଦି ଧାରଣ କରିବା ଉଚିତ। ଏହାଦ୍ବାରା ମଙ୍ଗଳ ଗ୍ରହଙ୍କ କୁପ୍ରଭାବ ଦୂର ହୋଇଥାଏ।

ଆୟୁର୍ବେଦ ଅନୁଯାୟୀ, ତମ୍ବାର ବାସନ ବ୍ୟବହାର ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏପରି ତମ୍ବାର ମୁଦି ଧାରଣ କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

ତମ୍ବାର ମୁଦି ଧାରଣ କରିବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ।

ସର୍ବଦା ତମ୍ବାର ସଂସ୍ପର୍ଶରେ ଆସିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।

ତମ୍ବାର ମୁଦି ପିନ୍ଧିବା ଦ୍ବାରା ସମାଜରେ ବ୍ୟକ୍ତିଙ୍କ ଉନ୍ନତି ହୋଇଥାଏ। ଏହାସହ ଘରେ​‌ ଓ ସମାଜରେ ମାନ-ସମ୍ମାନ ବୃଦ୍ଧି ହୋଇଥାଏ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories