www.samajalive.in
Monday, December 8, 2025
14.1 C
Bhubaneswar

ପେରୁ ବିଜୟୀ, ଭେନେଜୁଏଲା-ଇକ୍ୱେଡର ମ୍ୟାଚ ଡ୍ର

ରିଓ ଡି ଜେନେରୋ/ଗୋଇଆନିଆ (ବ୍ରାଜିଲ): ବ୍ରାଜିଲ୍‌ରେ ଚାଲିଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ରବିବାର ରାତିରେ ୨ଟି ମ୍ୟାଚ୍‌ ଖେଳା ଯାଇଥିଲା। ଗ୍ରୁପ୍‌ ‘ବି’​‌ରେ ଏହା ୩ୟ ରାଉଣ୍ଡର ୨ଟି ମ୍ୟାଚ୍‌ ଥିଲା। କଲମ୍ବିଆକୁ ୨-୧ ଗୋଲ୍‌ରେ ପରାସ୍ତକରି ୩ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ପେରୁ। ଅନ୍ୟପକ୍ଷରେ ଇଞ୍ଜ୍ୟୁରି ସମୟରେ ରୋନାଲ୍‌ଡ ହର୍ଣ୍ଣାଣ୍ଡେଜ୍‌ଙ୍କ ଗୋଲ୍‌ ବଳରେ ଇକ୍ୱେଡର ସହ ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଅମୀମାଂସିତ ରଖିଛି ଭେନେଜୁଏଲା। ଏହି ୩ୟ ରାଉଣ୍ଡ ମୁକାବିଲା ପରେ ଗ୍ରୁପ୍ ‘ବି’ରେ ବ୍ରାଜିଲ ୨ଟିଯାକ ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ଶୀର୍ଷରେ ରହିଛି। ୪ ପଏଣ୍ଟ ସହ କଲମ୍ବିଆ ୨ୟ ସ୍ଥାନରେ ଥିବା ବେଳେ ୩ ପଏଣ୍ଟ ସହ ପେରୁ ୩ୟ ଏବଂ ଇକ୍ୱେଡର ୧ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

https://youtu.be/AG2uriuCncA

- Advertisement -

ପେରୁ-କଲମ୍ବିଆ ମୁକାବିଲା ବେଶ୍ ପ୍ରତିଦ୍ବନ୍ଦ୍ବିତା ମୂଳକ ହୋଇଥିଲା। ପେରୁ ପାଇଁ ସର୍ଜିଓ ପେନା ଗୋଲ୍‌ ଦେଇଥିବା ବେଳେ କଲମ୍ବିଆର ୟେରି ମିନା ଆତ୍ମଘାତୀ ଗୋଲ୍‌ ଦେଇଥିଲେ। କଲମ୍ବିଆ ପାଇଁ ମିଗୁଏଲ୍‌ ବୋର୍ଜା ପେନାଲ୍‌ଟିରୁ ଏକମାତ୍ର ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ରେ ପେରୁ ପ୍ରଥମ ଗୋଲ୍‌ ଦେଇଥିଲେ। ୧୭ ମିନିଟରେ ପେରୁର ୟୋସିମାର୍ ୟୋତୁନ୍ ଏକ ଜୋରଦାର ସଟ୍‌ ମାରିଥିଲେ; ଯାହା ଗୋଲ୍‌ପୋଷ୍ଟରେ ବାଜି ଫେରି ଆସିଥିଲା। ଏଥିରୁ ସର୍ଜିଓ ପେନା ଗୋଲ୍‌ ଦେଇଥିଲେ। ପ୍ରଥମାର୍ଦ୍ଧରେ ପେରୁ ୧-୦ ଗୋଲ୍‌ରେ ଆଗୁଆ ଥିଲା। ୫୨ ମିନିଟରେ କଲମ୍ବିଆର ଏଡ୍‌ୱିନ୍ କାର୍ଡୋନ୍ ଏକ ପାସ୍ ଦେଇଥିଲେ। ଏଥିରୁ ମିଗୁଏଲ୍‌ ବୋର୍ଜା କିକ୍ ମାରିବାକୁ ଯାଉଥିବା ବେଳେ ତାଙ୍କୁ ପେରୁ ଡିଫେଣ୍ଡର ଫାଉଲ ମାରି ପକାଇ ଦେଇଥିଲେ। ମିଳିଥିବା ପେନାଲ୍‌ଟିରୁ ମିଗୁଏଲ୍‌ ବୋର୍ଜା ଗୋଲ୍‌ ଦେଇ ପାରିଥିଲେ। ୬୪ ମିନିଟରେ ପେରୁ ଆଗୁଆ ହୋଇ ଯାଇଥିଲା। ଏକ କର୍ଣ୍ଣରରୁ ବଲ୍‌ କଲମ୍ବିଆର ୟେରି ମିନାଙ୍କ ଶରୀରରେ ବାଜି ଗୋଲ୍‌ ମଧ୍ୟକୁ ପଶି ଯାଇଥିଲା। ଏହି ପରାଜୟ ସହ କଲମ୍ବିଆ ୭ଟି ଆନ୍ତର୍ଜାତିକ ମ୍ୟାଚ୍‌ ପରେ ପ୍ରଥମ ପରାଜୟ ଭୋଗିଛି।

https://youtu.be/toYzxjxttYg

ଅନ୍ୟ ମ୍ୟାଚ୍‌ରେ ଇକ୍ୱେଡର ବିପକ୍ଷରେ ନିଶ୍ଚିତ ପରାଜୟରୁ ଭେନେଜୁଏଲାକୁ ରକ୍ଷା କରିଥିଲେ ରୋନାଲ୍‌ଡ ହର୍ଣ୍ଣାଣ୍ଡେଜ୍। ଶେଷ ମିନିଟରେ ହର୍ଣ୍ଣାଣ୍ଡେଜ୍ ଗୋଲ୍‌ ସୁଝାଇ ଦେଇଥିଲେ। ୩୯ ମିନିଟରେ ଇକ୍ୱେଡର ପ୍ରଥମ ଗୋଲ୍‌ ଦେଇଥିଲା। ଏକ ଫ୍ରିକିକ୍‌ରୁ ବଲ୍‌ ପାଇ ଇକ୍ୱେଡରର ଆୟର୍ଟନ୍ ପ୍ରେସିଆର୍ଡୋ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଦ୍ଧରେ ଇକ୍ୱେଡର ଆଗରେ ଥିଲା। ୫୧ ମିନିଟରେ ଭେନେଜୁଏଲା ଗୋଲ୍‌ ସୁଝାଇ ଦେଇଥିଲା। ଜୋସ୍ ମାର୍ଟିନେଜ୍‌ଙ୍କ ପାସ୍‌ରୁ ଏଡ୍‌ସନ କାଷ୍ଟିଲୋ ହେଡ୍‌କରି ଗୋଲ୍‌ ଦେଇଥିଲେ। ୭୧ ମିନିଟରେ ଇକ୍ୱେଡର ପୁଣି ଆଗୁଆ ହୋଇ ଯାଇଥିଲା। ଫାରିନେଜ୍‌ଙ୍କ ପାସ୍‌ରୁ ଗୋଞ୍ଜାଲୋ ପ୍ଲାଟା ଏହି ଗୋଲ୍‌ ଦେଇଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଇକ୍ୱେଡର ୨-୧ ଗୋଲ୍‌ରେ ଆଗୁଆ ଥିଲା। ତେବେ ​ଇକ୍ୱେଡର ମିନିଟରେ କାଷ୍ଟିଲୋଙ୍କ କ୍ରସ୍‌ରୁ ରୋନାଲ୍‌ଡ ହର୍ଣ୍ଣାଣ୍ଡେଜ୍‌ ହେଡ୍‌କରି ଦଳ ପାଇଁ ୨ୟ ଗୋଲ୍‌ ସ୍କୋର୍ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories