www.samajalive.in
Sunday, December 7, 2025
15.1 C
Bhubaneswar

ଜୁନ୍‌ରେ ୮ ପ୍ରତିଶତ ଅଧିକ ବର୍ଷା

ଭୁବନେଶ୍ୱର: ଜୁନ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧ ଜୁନରୁ ୨୧ ଜୁନ ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ହେଇଛି। ଯାହା ସ୍ବାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ କୋରାପୁଟ ଜିଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ହେଇଛି।

ସେହିପରି କଟକ, ପୁରୀ, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରିରେ ସ୍ୱାଭାବିକଠାରୁ ୨୦ ରୁ ୫୯ % ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୨ ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି। ଆଜି ସୁଦ୍ଧା ଝାରସୁଗୁଡା ଜିଲାରେ ରାଜ୍ୟରେ ସର୍ବାଧିକ ୨୦୩.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ରେକର୍ଡ ହୋଇଛି।

- Advertisement -

ତେବେ ଦକ୍ଷିଣ ବାଂଲାଦେଶ ଓ ଏହାର ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ପ୍ରଦେଶ, ଉତ୍ତରପୂର୍ବ ବିହାର ଓ ନିକଟବର୍ତ୍ତୀ ପୂର୍ବ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତରେ ନିମ୍ନ ଚାପ ରେଖା (ଟ୍ରଫ ଲାଇନ) ପ୍ରଭାବରେ ଓଡ଼ିଶାର କେତେକ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ପ୍ରଭୃତି ୧୨ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories