ପୁରୀ : ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ତଥା ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ପୁରୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଷ୍ଟ୍ରଙ୍ଗ୍ ରୁମରୁ କଣ୍ଟ୍ରୋଲ ୟୁନିଟ ମିଳୁନଥିବା ଅଭିଯୋଗ ହୋଇଛି । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୬୨ ନମ୍ବର ବୁଥର କଣ୍ଟ୍ରୋଲ ୟୁନିଟ୍ ଗାଏବ ହୋଇଯାଇଛି । ଇଭିଏମ୍ ମେସିନ ବୁହା ବେଳେ କଣ୍ଟ୍ରୋଲ ୟୁନିଟ୍ କେଉଁଠି ରହି ଯାଇଥିବ ସନ୍ଦେହ କରାଯାଉଛି । ଏନେଇ ନିର୍ବାଚନ କମିଶନଙ୍କୁ ସୂଚନା ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
Popular Categories



