ଯେକୌଣସି ଶୁଭ କାର୍ଯ୍ୟର ସମ୍ବନ୍ଧ ମଙ୍ଗଳ ଗ୍ରହଙ୍କ ସହ ରହିଛି। ଏହାସହ ଅନେକ ଗ୍ରହର ସମ୍ବନ୍ଧ ମଧ୍ୟ ରହିଛି। ବୃହସ୍ପତିଙ୍କ ଦ୍ବାରା ମଧ୍ୟ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। କିନ୍ତୁ ଶନି, ରାହୁ ଓ କେତୁ ଶୁଭ କାର୍ଯ୍ୟରେ ବାଧା ଉତ୍ପନ୍ନ କରି ଥାଆନ୍ତି। ମଙ୍ଗଳ ଗ୍ରହ ଖରାପ ହେଲେ ଶୁଭ କାର୍ଯ୍ୟରେ ଅନେକ ଅସୁବିଧା ଦେଖା ଦେଇଥାଏ।
ଶୁଭ କାର୍ଯ୍ୟ ହେବାର ଲକ୍ଷଣ :
ମଙ୍ଗଳ ଗ୍ରହ ଅନୁକୂଳ ପରିସ୍ଥିତିରେ ରହିବା ଦ୍ବାରା ଶୁଭ କାର୍ଯ୍ୟ ସଫଳତାର ସହ ହୋଇଥାଏ।
ଚନ୍ଦ୍ରମାଙ୍କ ଶୁଭ ଦୃଷ୍ଟି ପଡିବା ଦ୍ବାରା ଶୁଭ କାର୍ଯ୍ୟ ଠିକ ଭାବେ ସମ୍ପନ୍ନ ହୋଇଥାଏ।
ଜାତକରେ ବୃହସ୍ପତିଙ୍କ ସୁଦୃଷ୍ଟି ପଡିବା ଦ୍ବାରା ଶୁଭ କାର୍ଯ୍ୟ ହେବାର ସଂଯୋଗ ସୃଷ୍ଟି ହୋଇଥାଏ।
କୌଣସି ମହାନ୍ ବ୍ୟକ୍ତି ବିଶେଷଙ୍କ ଆଶୀର୍ବାଦ ଯୋଗୁଁ ମଧ୍ୟ ମାଙ୍ଗଳିକ ଓ ଶୁଭ କାର୍ଯ୍ୟ ହୋଇଥାଏ।
ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହେବାର କାରଣ :
ଜୀବନରେ ଶନିଙ୍କ ଦଶା ଖରାପ ହେବାରୁ ଶୁଭ କାର୍ଯ୍ୟରେ ବାଧା ହୋଇଥାଏ।
ଜାତକରେ ରାହୁଙ୍କ ପ୍ରଭାବ ଖରାପ ହେବା ଦ୍ବାରା କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ନାହିଁ।
ଘରେ ନିୟମିତ କଳହ ହେଲେ ମାଙ୍ଗଳିକ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ।
ଘରେ ମାଙ୍ଗଳିକ କାର୍ଯ୍ୟ କରିବାର ଉପାୟ :
ଘରେ ପୂଜା ଗୃହ ନିର୍ମାଣ କରିବା ଉଚିତ। ନିୟମିତ ରୂପେ ଘରେ ପୂଜା କରିବା ଉଚିତ।
ସପ୍ତାହକୁ ଥରେ ଘରେ ସାମୂହିକ ଭାବେ ପୂଜା କରନ୍ତୁ।
ଘରେ କଳି ଝଗଡା କମ୍ କରନ୍ତୁ।
ଘରର ମୁଖ୍ୟ ଦ୍ବାରରେ ନିୟମିତ ତୋରଣ ଲଗାନ୍ତୁ।
ଘରେ ନିୟମିତ ରୂପେ ଭଜନ କୀର୍ତ୍ତନର ଧ୍ବନୀ ଶୁଭୁଥିଲେ ଉତ୍ତମ ହୋଇଥାଏ।



