www.samajalive.in
Thursday, December 11, 2025
13.1 C
Bhubaneswar

୪ ଟି ନିର୍ବାଚନରେ ୩ ପ୍ରକାର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରି ଅଡୁଆରେ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର : ଜନ ପ୍ରତିନିଧି ଆଇନ ୧୯୫୧ ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୌଣସୀ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶକ୍ୟତା ନଥିବା ସ୍ଥଳେ ପ୍ରାର୍ଥୀମାନେ ନିଜକୁ ବଡ଼ ଦେଖାଇବା ହେଉ ବା ନିଜର ବାସ୍ତବ ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ପାଇଁ ଭୁଲ ତଥ୍ୟ ଦେଇଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ରାଜ୍ୟର ଜଣେ ବରିଷ୍ଠ ରାଜନେତା ଏବଂ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା କିଭଳି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ବିଷୟରେ ବାରମ୍ବାର ଭୁଲ ଓ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି ତଥ୍ୟ ପ୍ରମାଣ ସହିତ ତାହାର ଖୁଲାସା କରିବା ସହିତ ତୁରନ୍ତ ସଂପୃକ୍ତ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଛନ୍ତି କଂଗ୍ରେସ ନେତା ତଥା ଆଇନଜୀବି ନିଶିକାନ୍ତ ମିଶ୍ର।

ଗତ ୪ଟି ନିର୍ବାଚନରେ ନାମାଙ୍କନ ଦାଖଲ କରିବା ସମୟରେ ସତ୍ୟପାଠ ମାଧ୍ୟମରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ତିନିପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି। ୨୦୦୪ ବିଧାନ ସଭା ନିର୍ବାଚନ ଫୁଲବାଣୀ (ସଂରକ୍ଷିତ) ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମନ୍ତ୍ରୀ ଶ୍ରୀ ବେହେରା ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେଥିରେ କହିଥିଲେ ସେ ୧୯୭୨ରେ ଦଶମ ପାସ୍ କରିଛନ୍ତି କିନ୍ତୁ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ବିରମହାରାଜପୁର ସଂରକ୍ଷିତ ଆସନରୁ ନାମାଙ୍କନ ସମୟରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ମନ୍ତ୍ରୀ ମହାଶୟ ୧୯୭୩ ମସିହାରେ ୧୦ମ ପାସକରିଥିଲେ ବୋଲି ଉଲ୍ଲେଖ କରିଥିଲେ। ଯାହା ୨୦୦୪ ମସିହା ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ। ସବୁଠାରୁ ଆଶ୍ଚର୍ୟ୍ୟ କଥା ୨୦୧୯ ମସିହା ନିର୍ବାଚନରେ ଦେଇଥିବା ତଥ୍ୟ ମଧ୍ୟ ୨୦୦୪, ୨୦୦୯ ଓ ୨୦୧୪ ମସିହା ନିର୍ବାଚନ ନାମାଙ୍କନ ସମୟରେ ଦେଇଥିବା ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ। ଯାହା ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା ୧୨୫ଇ ଅନୁଯାୟୀ ଆଇନତଃ ଦଣ୍ଡନିୟ ଏବଂ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୧୭୧ଏ ଅନୁଯାୟୀ ମିଥ୍ୟା ସତ୍ୟପାଠ ଏକ ଦଣ୍ଡନିୟ ଅପରାଧ। ଖାଲି ସେତିକି ନୁହେଁ ଗତମାସ ୯.୧.୨୦୨୦ ରିଖ ମାନ୍ୟବର ଉଚ୍ଚନ୍ୟାୟଳୟ ଅଭିଯୋଗ ଆଧାରରେ ମାମଲା ରୁଜ କରିବା ଓ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିରମହାରାଜପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହା ଏବେ ସୁଦ୍ଧା ସରକାର ଚାପି ରଖିଛନ୍ତି ବୋଲି କଂଗ୍ରେସ ଭବନ ଠାରେ ଆୟେଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି।

- Advertisement -

ମାନ୍ୟବର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେବାର ଠିକ ମାସକ ପରେ ସୁବର୍ଣ୍ଣପୁର ଏସ୍ପିବ ଉଚ୍ଚନ୍ୟାୟଳୟଙ୍କ ଆଦେଶକୁ ଅନୁଧ୍ୟାନ ଓ ତର୍ଜମା କରିବା କଥା ଅତ୍ୟନ୍ତ ଦୁଭାର୍ଗ୍ୟଜନକ ବୋଲି ଅବିହିତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଯଥାଶିଘ୍ର ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories