www.samajalive.in
Thursday, December 11, 2025
15.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି: କଂଗ୍ରେସ

ଭୁବନେଶ୍ବର: ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବମାନନା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏହି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଭି.କେ ପାଣ୍ଡିୟାନଙ୍କୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ୪ ନଭେମ୍ବର ୨୦୧୯ରେ ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍‌କ୍ଷଣାତ୍ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ ହୋଇନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ହୃଦୟର ଭାଷା ପଢି ପାରୁଥିବା ପାଣ୍ଡିଆନ କିଭଳି କୋର୍ଟଙ୍କ ନିର୍ଦ୍ଦେଶ ପଢିପାରୁନାହାଁନ୍ତି ବୋଲି କହି ସତ୍ୟ ନାୟକ କଟାକ୍ଷ କରିଛନ୍ତି। ରାଜ୍ୟ ସରକାର ନିଜ ସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚାପି ଦେଇଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ବରେ ଥିବା ପୂର୍ତ୍ତ ସଚିବଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅବମାନନା। ପୂର୍ତ୍ତ ସଚିବ ଭୁବନେଶ୍ବରରେ ରହି ଶ୍ରୀମନ୍ଦିର ପରିଚାଳନା ଭଳି ଏକ ଗୁରୁ ଦାୟିତ୍ବକୁ କିଭିଳି ସମ୍ପାଦନ କରୁଛନ୍ତି ତାହା ନିକଟ ଅତୀତରେ ଘଟି ଯାଇଥିବା କେତୋଟି ଘଟଣାକ୍ରମରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି ବୋଲି କଂଗ୍ରେସ ନେତା କହିଛନ୍ତି।

- Advertisement -

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣକୁ ନେଇ ଅତ୍ୟନ୍ତ ଚିନ୍ତିତ ତଥା ଗମ୍ଭୀର ଥିବା ନେଇ ଦାବି କରୁଥିବା ରାଜ୍ୟ ସରକାର ବାସ୍ତବରେ ଶ୍ରୀମନ୍ଦିରକୁ ନେଇ କେତେ ଚିନ୍ତିତ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସତ୍ୟ ପ୍ରକାଶ କହିଛନ୍ତି। ଶ୍ରୀମନ୍ଦିର ପ୍ରତି ସରକାର ବର୍ତ୍ତମାନ ସୁଦ୍ଧା ବହୁତ ଅବହେଳା କରିଛନ୍ତି। ଏବେ ଏହି ଅବହେଳା ବନ୍ଦ କରନ୍ତୁ ଓ ଖୁବ୍‌ଶୀଘ୍ର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories