କ.ନୂଆଗାଁ: କନ୍ଧମାଳ ଜିଲାର ନୂତନ ଜିଲା କଂଗ୍ରେସ ସଭାପତି ଭାବେ ଅନାମ ନାୟକଙ୍କ ନାମ ନିଯୁକ୍ତି ପରେ ଏବେ ଜିଲାରେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଳକ ସ୍ତରରେ ସାଙ୍ଗଠନିକ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ ଆରମ୍ଭ ହେବା ପରିପ୍ରେକ୍ଷିରେ ଆଜି କ.ନୂଆଗାଁ ବ୍ଳକ ର ସାରଙ୍ଗଡ଼ ଛକଠାରେ ବୈଠକ ସହିତ ବ୍ଳକ ସଭାପତି ଚୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାସଭାପତି ଶ୍ରୀ ନାୟକ ଯୋଗଦେଇ କର୍ମୀମାନଙ୍କ ସହିତ ବିିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରର ବ୍ଳକ ସଭାପତି ଭାବେ ଜୀତେନ୍ଦ୍ର କୁମାର ଦିଗାଲଙ୍କୁ ପିଣିଥରେ ବ୍ଳକର ସଭାପତି ଭାବେ ଚୟନ କରାଯାଇଛି। ଏଥି ସହିତ ପ୍ରଦେଶ କଂଗ୍ରେସ କମିଟି ସଭ୍ୟଭାବେ ପ୍ରଫୁଲ ଚନ୍ଦ୍ର ଦାସଙ୍କ ବ୍ଳକ ପାଇଁ ମନୋନିତ କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଜିଂବାଡ଼ି ପୂର୍ବତନ ସରପଂଚ ସୁରତ ଦିଗାଲ , ଦିଲିପ ସାହୁ , ପ୍ରକାଶ ମୁଖୀ ,ଯହର ବେହେରା ,ମୁନି ଦିଗାଲ ଓ ଅନ୍ୟ ବରିଷ୍ଠନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
Popular Categories



