www.samajalive.in
Monday, December 8, 2025
24.1 C
Bhubaneswar

ଖଡ଼ଗେ ଦାୟିତ୍ୱ ଗ୍ରହଣ କରିବା ପରେ ଇସ୍ତଫା ଦେଲେ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ

ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ, ସାଧାରଣ ସଚିବ ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି ନୂତନ ମୁଖିଆଙ୍କୁ ତାଙ୍କ ମନ ମୁତାବକ ଟିମ ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି। ନୂତନ ମୁଖିଆ ନିର୍ବାଚନ ପରେ ଖୁବ ଶୀଘ୍ର କଂଗ୍ରେସର ସମସ୍ତ କର୍ମଚାରୀ ଇସ୍ତଫା ଦେବାର ପରମ୍ପରା ରହିଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ସମସ୍ତ ସିଡବ୍ଲ୍ୟୁସି ସଦସ୍ୟ, ଏଆଇସିସି ସାଧାରଣ ସଚିବ ଏବଂ ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ମଲ୍ଲିକାର୍ଜୁନ ଖଡ଼ଗେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ସକାଳେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କଂଗ୍ରେସର କିମ୍ବଦନ୍ତୀ ନେତା ନେହେରୁ ଓ ଇନ୍ଦିରାଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି। ଏହାପରେ ପାର୍ଟି ମୁଖ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ବ୍ୟତୀତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଧୁସୂଦନ ମିସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଖଡ଼ଗେଙ୍କ ଶପଥ ଗ୍ରହଣ ସମାରୋହରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପ୍ରାୟ ୨୪ ବର୍ଷ ପରେ ପ୍ରଥମ ଅଣ ଗାନ୍ଧୀ ଭାବେ ଏହି ପଦବୀ ଅଳଙ୍କୃତ କରିଛନ୍ତି ଖଡ଼ଗେ। କଂଗ୍ରେସ ମୁଖ୍ୟରୂପେ ତାଙ୍କର ପ୍ରଥମ ଅଭିଭାଷଣରେ ଖଡ଼ଗେ ଦଳର ନିର୍ବାଚନରେ ତାଙ୍କୁ ଭୋଟ୍‌ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories