www.samajalive.in
Wednesday, December 10, 2025
18.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟରେ ନେସନାଲ ସେମିନାର

ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟ ଅଡ଼ିଟୋରିୟମ ହଲଠାରେ ଦୁଇ ଦିନିଆ ନେସନାଲ ସେମିନାର ଇଂରାଜୀ ବିଭାଗ ପକ୍ଷରୁ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ‘ପରିବେଶବାଜି ସମାଲୋଚନା ଓ ପାରିବେଶିକ ମୂଲ୍ୟବୋଧ’ ଶିର୍ଷକ ଆଲୋଚନା ହୋଇଥିଲା। ମୁଖ୍ୟତଃ ଭାବେ ବର୍ତମାନ ପରିବେଶକୁ ନେଇ ଯେଉଁ ଆଲୋଚନା ଓ ପର୍ଯ୍ୟାଲୋଚନା ସମାଜରେ ବିଦ୍ୟମାନ ତାହାର ନୈତିକ ମୂଲ୍ୟବୋଧ କ’ଣ ରହିଛି ତାହାକୁ ନେଇ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ସେମିନାରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଡାଇରେକ୍ଟର ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ମୁଖ୍ୟବକ୍ତା ଆସାମ ସେଣ୍ଟ୍ରାଲ ୟୁନିଭର୍ସିଟି ପ୍ରଫେସର ବିଷ୍ଣୁ ଚରଣ ଦାସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଶ୍ରୁତି ଦାସ, କଲେଜ ଅଧ୍ୟକ୍ଷ ଡ. ପ୍ରବୀଣ କୁମାର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଇଂରାଜୀ ବିଭାଗୀୟ ମୁଖ୍ୟ ସ୍ମରଣିକା ହୋତା ସେମିନାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅଧ୍ୟାପିକା ମମତା ପାଢ଼ୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ଦୁର୍ଗା ପ୍ରସାଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଇଂରାଜୀ ଅଧ୍ୟାପିକା ଅରୁନ୍ଧତୀ ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜନୀତି ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ଅଧ୍ୟାପକ ପୁରୁଷୋତ୍ତମ ସାହୁ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ନରୋତ୍ତମଃ ମାନା, ଓଡ଼ିଆ ବିଭାଗ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପିକା ସ୍ଵାଗତିକା ପ୍ରଧାନ, ଅଜୟ କୁମାର ବାରିକ, ରଘୁନାଥ ରେଡି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିନିଧି ଏହି ସେମିନାରରେ ଯୋଗ ଦେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories