www.samajalive.in
Saturday, December 6, 2025
19.1 C
Bhubaneswar

କଂଗ୍ରେସର ସାତ ଘଣ୍ଟିଆ ବନ୍ଦ ; ଜନଜୀବନ ପ୍ରଭାବିତ, ଗୋଟାଏ ପରଠାରୁ ବସ୍ ଚଳାଚଳ ସ୍ବଭାବିକ

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି କଂଗ୍ରେସ ପକ୍ଷରୁ  ସାତ ଘଣ୍ଟିଆ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀ ମାନେ ରାସ୍ତା ରୋକ କରିବା କାରଣରୁ ଅନେକ ସ୍ଥାନରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ରାଜ୍ୟର କିଛି ସ୍ଥାନରେ ​ରେଳ ରୋକ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।
ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁର, କେନ୍ଦୁଝର, ବାରିପଦା, କୋରାପୁଟ, ବଲାଙ୍ଗୀର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଓ ଅନ୍ୟ ସ୍ଥାନ ମାନଙ୍କରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରିଥିଲେ। ଅନେକ ସ୍ଥାନରେ ଟାୟାର ଜାଳି ଓ ବାଉଁଶ ବାନ୍ଧି ସେମାନେ ରାସ୍ତା ଅବରୋଧ କରିଥିଲେ। ବନ୍ଦ ଯୋଗୁଁ ଭୁବନେଶ୍ୱରର ବରମୁଣ୍ଡା ବସ ଷ୍ଟାଣ୍ଡ ଓ କଟକର ବାଦାମବାଡି ବସ ଷ୍ଟାଣ୍ଡରେ ଯାତ୍ରୀ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ବନ୍ଦ ଡାକରା ଯୋଗୁ ଦିନ ୧ଟା ଯାଏଁ ଘରୋଇ ବସ୍‍ ଚଳାଚଳ ବନ୍ଦ ରହିଥିଲା। ତେବେ ଗୋଟାଏ ସାଢେ ଗୋଟାଏ ପରଠାରୁ ବସ ଚଳାଚଳ ସ୍ବଭାବିକ ହୋଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories