ମନୋରମା ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ତଥା ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶେକ ପ୍ରକାଶ କରିଛନ୍ତି।
ଏକ ଟ୍ବିଟ ଯୋଗେ ଶ୍ରୀ ପ୍ରଧାନ ମନୋରମା ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି ଲେଖିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ଶ୍ରୀମତୀ ମହାପାତ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ବିଶେଷ ରୂପେ ନାରୀ ସଶକ୍ତିକରଣ ଏବଂ ଅଧିକାର ଉପରେ ଆଧାରିତ।
ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ତଥା ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ଶ୍ରୀମତି ମହାପାତ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ବିଶେଷ ରୂପେ ନାରୀ ସଶକ୍ତିକରଣ ଏବଂ ଅଧିକାର ଉପରେ ଆଧାରିତ ।
— Dharmendra Pradhan (@dpradhanbjp) September 18, 2021
ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଯୋଗଦାନକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଅନେକ ସମ୍ମାନର ଅଧିକାରୀ ତଥା ଓଜସ୍ୱିନୀ ବକ୍ତା ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
Comments are closed.