www.samajalive.in
Wednesday, December 10, 2025
16.1 C
Bhubaneswar

ଧୂମକେତୁ କ’ଣ ଓ ଏହା କେଉଁଠୁ ଆସନ୍ତି?

ଧୂମକେତୁ ବା ଲଞ୍ଜା ତାରା କହିଲେ ଆମେ ବୁଝିଥାଉ ଆକାଶରେ ଦେଖାଯାଉଥିବା ଗୋଟିଏ ବିରାଟ ଲାଞ୍ଜଥିବା ତାରାଟିଏ, ଯାହା କ୍ୱଚିତ୍‍ ଦେଖାଯାଏ। ଲକ୍ଷ ଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଅତ୍ୟଧିକ ଉପବୃତ୍ତାକାର କକ୍ଷ ପଥରେ ବୁଲୁଛନ୍ତି। ଏହି କକ୍ଷପଥଗୁଡ଼ିକ ବୃହଷ୍ପତ୍ତି ଗ୍ରହରୁ ଆରମ୍ଭ ହୋଇ ପ୍ଲୁଟୋଠାରୁ କେତେ କୋଟି କିଲୋମିଟର ଯାଏ ବ୍ୟାପି ରହିଛି। ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ କେତେକଙ୍କୁ ଅଳ୍ପ କିଛି ବର୍ଷ ଲାଗୁଥିବାବେଳେ ଆଉ କେତେକଙ୍କୁ ଅନେକ ବର୍ଷ ଲାଗିଥାଏ। ତେଣୁ କିଛି ଧୂମକେତୁ ଥରେ ସୂର୍ଯ୍ୟ ନିକଟକୁ ଆସି ଦେଖାଦେଇ ଚାଲି ଗଲେ ଆଉ ଥରେ ଫେରିବାକୁ ସେମାନେ ଅନେକ ବର୍ଷ ନିଅନ୍ତି। ଯେପରି ‘ହାଲି’ ନାମକ ଧୂମକେତୁ ପ୍ରତି ୭୬ବର୍ଷର ବ୍ୟବଧାନରେ ଆମକୁ ଦେଖାଯାଏ। ଏହା ପୁଣି ୨୦୬୧ ମସିହାରେ ଦେଖାଯିବ। ଧୂମକେତୁଗୁଡ଼ିକ କିଛି କିଲୋମିଟର ବ୍ୟାସର ପଥ, ବରଫ ଏବଂ ଧୂଳିର ଖୁବ୍‍ ଛୋଟ କଠିନ ପିଣ୍ଡ ଏବଂ ଅତ୍ୟନ୍ତ ଥଣ୍ଡା ଅବସ୍ଥାରେ ଅବସ୍ଥାରେ ସୂର୍ଯ୍ୟ ଚାରିପାଖରେ ବୁଲୁଥାନ୍ତି। ସୂର୍ଯ୍ୟର ନିକଟକୁ ଆସିଲେ ତରଳି ଯାଇ ତାହାର ବାଷ୍ପ ଓ ଧୂଳିରେ ବିରାଟ ଲାଞ୍ଚ ସୃଷ୍ଟି ହୁଏ। ସେ ସମୟରେ ପୃଥିବୀରୁ ଏଗୁଡ଼ିକୁ ଦେଖିବା ସହଜ ହୁଏ। ସୂର୍ଯ୍ୟ ପାଖକୁ ସବୁ ବର୍ଷ କିଛି ଧୂମକେତୁ ଆସୁଥିଲେ ଥିଲେ ମଧ୍ୟ ସେଗୁଡ଼ିକ ଆମକୁ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ। ଅନେକ ଛୋଟ ଧୂମକେତୁ ସୂର୍ଯ୍ୟ ନିକଟକୁ ଆସି ଭାଙ୍ଗି ଯିବାର ଦୃଷ୍ଟାନ୍ତ ମଧ୍ୟ ରହିଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଶେଷ ଥର ପାଇଁ କେବେ ଧୂମକେତୁ ଦେଖାଯାଇଥିଲା?
ଗତ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍‍ ବଫ୍‍’ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା। ସେତେବେଳେ ପଠାଣି ସାମନ୍ତ ପ୍ଲାନେଟୋରିୟ୍‍ମ୍‍ ତରଫରୁ ନିଆଯାଇଥିଲା ଏହାର ଫଟୋ, ଯାହା ବହୁତ ଲୋକପ୍ରିୟ ହୋଇଥିଲା। ସି/୨୦୨୦ ଏଫ୍‍-୩ ଏବେ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‍ ତଥା ଆଲୋକ ଓ ବାୟୁ ପ୍ରଦୂଷଣ ନ ଥିବା କିଛି ସ୍ଥାନରେ ଖାଲି ଆଖିରେ ଦେଖାଗଲାଣି। ଏବେ ଏହା ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗ୍‍ବଳୟର ନିକଟରେ ଅଳ୍ପ ସମୟ ପାଇଁ ଦେଖାଯାଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories