www.samajalive.in
Thursday, December 11, 2025
18.1 C
Bhubaneswar

ଘଟଗାଁ ବ୍ଲକରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଗଦାଧରପୁର, ବଡ଼ମସିଣାବିଲା, ତୋରାଣିପୋଖରୀ ପଞ୍ଚାୟତରୁ ଆଜି ଜଣେ ଲେଖାଏଁ ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ରାଜମିସ୍ତ୍ରୀ ଏବଂ କିଛିଦିନ ତଳୁ ଗଞ୍ଜାମରୁ ଫେରିଥିବା ଜଣେ ବ୍ୟବସାୟୀଙ୍କୁ ମିଶେଇ ସମୁଦାୟ ୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଘଟଗାଁ କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଓ ଅନ୍ୟ ଜଣକ ଢେଙ୍କିକୋଟ କ୍ଲଷ୍ଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଥିବା ବେଳେ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାଯାଇଛି। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କର ସବିଶେଷ କଣ୍ଟାକ୍ଟ ଟ୍ରେସିଂ କରାଯାଇ ତାଙ୍କୁ ରାଙ୍କି ସ୍ଥିତ କୋଭିଡ ହସପିଟାଲକୁ ପଠାଯାଇଥିଲା।

ଡାକ୍ତର ମୁକ୍ତିକାନ୍ତ ନାୟକ, ଆଶ୍ରିତ ଆଚାର୍ୟ୍ୟ ଓ ବିପିନ ଷଡଙ୍ଗୀ ପ୍ରମୁଖ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଏହା ସହ ଘଟଗାଁ ବିଡ଼ିଓ ନାରାୟଣ ସାହୁ , ତହସିଲଦାର ଜନକ ନାୟକ, ଆଇଆଇସି ବନ୍ଦନା ପାତ୍ର, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ପ୍ରମୁଖ ପରିସ୍ଥିତି ଉପରେ ନଜର ରଖିବା ସହ ଏ ସମ୍ପର୍କରେ ସବିଶେଷ ସୂଚନା କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି। ଗଞ୍ଜାମ ଯାଇ ଫେରିଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ କିଛିଦିନ ହେବ ଘଟଗାଁ ବଜାରର ଜନୈକ ବ୍ୟବସାୟୀ ଓ ତାଙ୍କ ପରିବାରକୁ ସ୍ୱତନ୍ତ୍ର ସଙ୍ଗରୋଧରେ ରଖାଯାଇଛି।

- Advertisement -

ସୂଚନାଯୋଗ୍ୟ, ଆଜିକୁ ମିଶାଇ ଘଟଗାଁ ବ୍ଲକରେ ସମୁଦାୟ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନିକଟରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories