www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାର ସ୍ଥିତି ପରଖୁଛନ୍ତି ଜିଲାପାଳ, ୧୦ ଦିନରେ ବୁଲିଲେଣି ୫୦ ଗାଁ

ଫୁଲବାଣୀ: ରାଜ୍ୟରେ ସରକାର ବଦଳିଛନ୍ତି ଓ ଅନେକ ଜିଲାରେ ଜିଲାପାଳ ବି ବଦଳିଛନ୍ତି । କନ୍ଧମାଳ ଜିଲାରେ ନୂତନ ଜିଲାପାଳ ଭାବେ ଯୋଗଦେଇଥିବା ଅମ୍ରିତ୍‌ ଋତୁରାଜ ସ୍ୱାଧୀନତା ଦିବସ ପରେ ବିଭିନ୍ନ ବ୍ଲକ ଗସ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ୫ଟି ବ୍ଲକର ପ୍ରାୟ ୫୦ଟି ଦୁର୍ଗମ ଏବଂ ଅପହଞ୍ଚ ଗାଁ ବୁଲି ସ୍ଥିତି ପରଖିଛନ୍ତି। ଗସ୍ତ ସମୟରେ ସେ ଲୋକଙ୍କ ସହିତ ସିଧାସଳଖ ସାମିଲ୍‌ ହୋଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ବିଭାଗ ଦ୍ୱାରା ଚାଲିଥିବା ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରି ଏଥିରେ କିଭଳି ଭାବେ ହିତାଧିକାରୀମାନେ ଉପକୃତ ହେଉଛନ୍ତି ସେ ନେଇ ମଧ୍ୟ ପଚାରି ବୁଝୁଛନ୍ତି।

କନ୍ଧମାଳ ଜିଲାରେ ବିଭିନ୍ନ ଅଞ୍ଚଳକୁ ଗମନା ଗମନ ସମସ୍ୟା ଯୋଗୁ ଜିଲାପାଳ ଗସ୍ତବେଳେ କେତେବେଳେ କେଉଁ ଅଞ୍ଚଳକୁ ଚାଲି ଚାଲି ଯାଉଛନ୍ତି ତ ପୁଣି କେତେବେଳେ ଦୁଇ ଚକିଆ ଯାନରେ ଯାଉଛନ୍ତି । ଗତ ୧୭ ତାରିଖ ଠାରୁ ଜିଲାପାଳ ତାଙ୍କର ଅଚାନକ ଗସ୍ତ ଆରମ୍ଭ କରିଥିବା ବେଳେ ଇତିମଧ୍ୟରେ ଜି.ଉଦୟଗିରି, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି ବ୍ଲକର ପ୍ରାୟ ୫୦ଟି ଗ୍ରାମ ଗସ୍ତ କରିଥିବା ଦେଖାଯାଇଛି । ବୁଧବାର ଜିଲାପାଳ ଟିକାବାଲି ବ୍ଲକକୁ ଅଚାନକ ଗସ୍ତରେ ଯାଇ ମାଦାଗୁଡ଼ା, ଗଣ୍ଡନାଜୁ, ଗାରିଡ଼ିଙ୍ଗିଆ, ସଲାଙ୍ଗିଆ, ପାଙ୍ଗାନାଜୁ ଅଞ୍ଚଳକୁ ଯାଇ ଡ଼ାଇଭରସନ କେନାଲ୍‌, ଜଳସେଚନ ପ୍ରକଳ୍ପ, ଛତୁଚାଷ ଭଳି ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଗସ୍ତବେଳେ ଟିକାବାଲି ବ୍ଲକ ଦାୟିତ୍ୱରେ ଥିବା ଚକାପାଦ ବିଡ଼ିଓ ଓ ବ୍ଲକର ଅନ୍ୟ କର୍ମଚାରୀଙ୍କ ସହିତ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ସାମିଲ୍‌ ହୋଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories