www.samajalive.in
Monday, December 8, 2025
24.1 C
Bhubaneswar

କଟକଣା ସହ ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର କଲେଜ ଓ ବିଶ୍ବବିଦ୍ୟାଳୟ; ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ସରକାର ଘୋଷଣା କରିଛନ୍ତି । ଏହାପରେ ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲାଯିବା ଚୂଡ଼ାନ୍ତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି ।

- Advertisement -

ବିଜ୍ଞପ୍ତି ଅନୁସାରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ୟୁଜି ଓ ପିଜି କ୍ଲାସ ଚାଲିବ । ମାର୍ଚ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ । ସେମିଷ୍ଟାର ଫଳ ଏପ୍ରିଲ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ଏବଂ ଏପ୍ରିଲ ୨ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶେଷ ସେମିଷ୍ଟାର କ୍ଲାସ ହେବ ।

ଜୁନ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଶେଷ ସେମିଷ୍ଟାର ପରୀକ୍ଷା କରାଯାଇ ଜୁଲାଇ ୧୫ ସୁଦ୍ଦା ଫଳାଫଳ ପ୍ରକାଶ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହାବ୍ୟତୀତ ଜାନୁଆରୀ ୧୦ ତାରିଖରୁ ହଷ୍ଟେଲ ଖୋଲାଯିବ ଓ ହଷ୍ଟେଲରେ କୋଭିଡ଼ ମାର୍ଗଦର୍ଶିକାର ଅନୁପାଳନ କରାଯିବ ବୋଲି କୁହାଯାଇଛି ।

ୟୁଜି, ପିଜି, ଏମଫିଲ୍ ଓ ପିଏଚଡ଼ି ଛାତ୍ରଛାତ୍ରୀମାନେ ମଧ୍ୟ ହଷ୍ଟେଲରେ ରହିପାରିବେ ବୋଲି ସରକାରଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଆସନ୍ତୁ ଜାଣିବା କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କଣ ରହିଛି ମାର୍ଗଦର୍ଶିକା –

-ନିୟମିତ ବ୍ୟବଧାନରେ କ୍ଲାସ ହେବ । ଅନଲାଇନ କ୍ଲାସରେ ବଳକା ଅଧ୍ୟାୟଗୁଡ଼ିକୁ ​‌ଶେଷ କରାଯିବ । ଶ୍ରେଣୀଗୃହରେ ଶିକ୍ଷାଦାନ ସମୟରେ ପାଠକୁ ରେକର୍ଡ଼ କରାଯିବ । ଶ୍ରେଣୀଗୃହରେ କୋଭିଡ଼ ନିୟମ ଅନୁପାଳନ ହେବ । କଣ୍ଟେନମେଣ୍ଟ ଜୋନର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କଲେଜ ଆସିବା ମନା । ଫେସ ମାସ୍କ ଓ ଫେସ କଭର ବାଧ୍ୟତାମୂଳକ । ଶ୍ରେଣୀଗୃହରେ ସାମାଜିକ ଦୂରତା ସହ ବାରମ୍ବାର ହାତ ପରିଷ୍କାର ପାଇଁ ବ୍ୟବସ୍ଥା ହେବ । ପାଠାଗାର, ପରୀକ୍ଷାଗାରକୁ ବିଭକ୍ତିକରଣ କରାଯାଇ ଅଧିକ ଛାତ୍ରଛାତ୍ରୀଙ୍କୁ ଏକ ସମୟରେ ଏକାଠି ହେବାକୁ ବନ୍ଦ ରଖାଯିବ । କଲେଜ ପରିସରରେ ଛେପ ପକାଇବା ମନା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories